March 12, 2025

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ଟକ୍କର

1 min read

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀମାନେ ଅନାଇ ବସିଛନ୍ତି।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। ସେହିପରି ମହମ୍ମଦ ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନ ମଧ୍ୟ ଏହି ମ୍ୟାଚରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବାର ସମ୍ଭାବନା ରହିଛି।

ମ୍ୟାଚରେ ଭାରତୀୟ ଖେଳାଳି ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, ଶୁଭମନ ଗିଲ୍, ହାର୍ଦିକ ପାଣ୍ଡ୍ୟା, କେ ଏଲ୍ ରାହୁଲ ଓ ମହମ୍ମଦ ଶାମିଙ୍କ ପାକିସ୍ତାନ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।

ଅନ୍ୟପଟେ ବାବର ଆଜମ, ମହମ୍ମଦ ରିଜୱାନ, ସଲମାନ ଆଗାଙ୍କ ବ୍ୟାଟିଂ ଉପରେ ପାକିସ୍ତାନ ଟିମ ନିର୍ଭର କରିବ। ସେହିପରି ହାରିଶ ରୌଫ, ନସିମ ଶାହ ଓ ଶାହୀନ ଆଫ୍ରିଦୀଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ମାତ୍ରାରେ ଦ୍ଵନ୍ଦ୍ଵରେ ପକାଇପାରେ।

ତେବେ ପାକିସ୍ତାନ ଦଳରେ ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରୟାସ କରିବ।

ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଭାରତ ନିଜର ପ୍ରଥମ ମ୍ୟାଚ ଜିତିଥିବାବେଳେ ପାକିସ୍ତାନ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ତେବେ ଆଜିର ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ ଭଲ କ୍ରିକେଟ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।