ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ବିଫଳ
1 min read
ଭଦ୍ରକ: ବାସୁଦେବପୁର ସହରରେ ଥିବା ଏକାଧିକ ଏଟିଏମ୍ରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା। ସହରର ତାରିଣୀ ଛକ ନିକଟରେ ଥିବା ଏଚଡିଏଫସି ଓ ସିନେମା ହଲ ଛକ ନିକଟରେ ଥିବା ଏସବିଆଇ ବ୍ୟାଙ୍କ ଏଟିଏରୁ ଲୁଟେରା ମାନେ ଲୁଟ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଏଚ୍ଡିଏଫସି ବ୍ୟାଙ୍କ ଏଟିଏମ ର ଥିବା ସିସି ଟିଭି କ୍ୟାମେରା ରେ ରଙ୍ଗ ସ୍ପ୍ରେ କରିବା ପରେ ବସିଥିବା ସୁରକ୍ଷା କର୍ମୀଙ୍କୁ ବାନ୍ଧି ମାଡ ମାରିଛନ୍ତି। ହେଲେ ସାଇରନ ବାଜିବାରୁ ଦୁର୍ବୃତ୍ତ ମାନେ ଛାଡି ଚାଲିଯାଇଥିଲେ। ସେହିପରି ଏସବିଆଇ ଏଟିଏମରୁ ଚୋରି କରୁଥିବା ସମୟରେ ବାସୁଦେବପୁର ପୋଲିସ କୌଣସି ପ୍ରକାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଫଳରେ ଲୁଟେରାମାନେ ଲୁଟରେ ବ୍ୟବହୃତ ଯନ୍ତ୍ରାଂଶ ଛାଡି ଚମ୍ପଟ ମାରିଥିଲେ। ପୁଲିସ ଘଟଣାରେ ଅଧିକ ତଦନ୍ତ ଚଳାଇଛି।