୪୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୦ ହଜାର ୭୨୨ ଛାତ୍ରଛାତ୍ରୀ
1 min read
ସମ୍ବଲପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ବାର୍ଷିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ।
ପୂର୍ବାହ୍ନ ୯ଟା ୪୫ରେ ପଶ୍ନପତ୍ର ଓ ୯ଟା ୫୫ରେ ଖାତା ବଣ୍ଟନ କରାଯାଇଥିଲା। ସମ୍ବଲପୁର ଜିଲାର ୪୧ ପରୀକ୍ଷା କେନ୍ଦ୍ରରେ ମୋଟ ୫୪ ଶିକ୍ଷାନୁଷ୍ଠାନର ୧୦ ହଜାର ୭୨୨ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ଜଣାପଡିଛି।
ସମ୍ବଲପୁର ଜିଲାରେ ପରୀକ୍ଷାକୁ ସ୍ବଚ୍ଛ, ସୁରକ୍ଷିତ ତଥା ସୁରୁଖୁରୁରେ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଚିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେଢ଼ାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଲଇଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଦି ୬ଟି ପରୀକ୍ଷା ପରିଚାଳନା ହବ୍ ସେଣ୍ଟର ଖୋଲାଯାଇଛି।
ପ୍ରତ୍ୟେକ ହବ୍ ସେଣ୍ଟରରେ ଜଣେ ଲେଖାଏ ସରକାରୀ ଅଧିକାରୀ ଅବଜରଭର ଦାୟିତ୍ୱରେ ରହିଛନ୍ତି। ହବ୍ ସେଣ୍ଟର୍ରେ ବର୍ତ୍ତମାନ ପଶ୍ନପତ୍ର ଗୁଡ଼ିକୁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଗଛିତ ରଖାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସି ଟିଭିକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ପରୀକ୍ଷାକେନ୍ଦ୍ରରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏଁ ସେଣ୍ଟର ସୁପରଭାଇଜଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟେକ ୨୦ ପରୀକ୍ଷାର୍ଥୀଙ୍କ ଉପରେ ଜଣେ ଲେଖାଏ ପରୀକ୍ଷା ପରିଚାଳକ ନଜର ରଖିଛନ୍ତି।