March 12, 2025

ମାର୍ଚ୍ଚ ୨୨ରୁ ଆଇପିଏଲ୍, ମେ ୨୫ରେ ଫାଇନାଲ୍

1 min read

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ ୧୮ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ମାର୍ଚ୍ଚ ୨୫ରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ଖେଳାଯିବ।

ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ତାରିଖରେ ଇଡେନ୍ ଗାର୍ଡେନ୍ ରେ ଖେଳାଯିବ ଏବଂ ୧୮ତମ ସିଜନର ଫାଇନାଲ୍ ମଧ୍ୟ ମେ’ ୨୫ତାରିଖରେ ଇଡେନ୍ ଗାର୍ଡେନରେ ଖେଳାଯିବ। ମାର୍ଚ୍ଚ ୨୩ରେ ଆଇପିଏଲର ଦୁଇ ବଡ଼ ଦଳ ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏଥର ଆଇପିଏଲରେ ୧୩ଟି ସହରର ୧୦ଟି ଦଳ ମଧ୍ୟରେ ନକଆଉଟ୍ କିମ୍ବା ପ୍ଲେଅଫ୍ ମ୍ୟାଚକୁ ମିଶାଇ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୨ରୁ ମେ ୧୮ ମଧ୍ୟରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ।

ଆଇପିଏଲର ୧୮ତମ ସଂସ୍କରଣ ପାଇଁ ମୋଟ ୧୩ଟି ସହରରେ ମ୍ୟାଚ୍ ଆୟୋଜନ କରାଯିବ। ଆଇପିଏଲ୍ ୨୦୨୫ ର ମ୍ୟାଚ୍ ଲକ୍ଷ୍ନୌ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପାଟଣା, ଗୌହାଟୀ, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, ଦିଲ୍ଲୀ, କୋଲକାତା ଏବଂ ଧର୍ମଶାଳାରେ ଖେଳାଯିବ। ଆଇପିଏଲ୍ ୨୦୨୫ରେ ମୋଟ ୧୨ଟି ଡବଲ୍ ହେଡର୍ ମ୍ୟାଚ୍ ଖେଳାଯିବ, ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ।