ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ରାସନ କାର୍ଡ ଇ-କେଓ୍ଵାଇସି ଅପଡେଟ
1 min read
ଭୁବନେଶ୍ଵର: ପୁଣି ବଢ଼ିଲା ରାସନ କାର୍ଡ ଇ-କେଓ୍ଵାଇସି ଅପଡେଟ ପାଇଁ ସମୟ ସୀମା। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଇ-କେଓ୍ଵାଇସି ଅପଡେଟ କରିପାରିବେ ହିତାଧିକାରୀ। ଏ ନେଇ ଶନିବାର ଦିନ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଏବେ ସୁଦ୍ଧା ଓଡ଼ିଶାରେ ୯୦ ପ୍ରତିଶତ ହିତାଧିକାରୀ ଇ-କେଓ୍ଵାଇସି ଅପଡେଟ କରିଛନ୍ତି। ତେବେ ଆହୁରି ୩୩ ଲକ୍ଷ ଲୋକ ଇ-କେଓ୍ଵାଇସି ଅପଡେଟ କରିନାହାନ୍ତି। ଅଯୋଗ୍ୟ ଓ ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିବାରୁ ଇ-କେଓ୍ଵାଇସି ଅପଡେଟ ହୋଇପାରୁନାହିଁ। କୌଣସି ସମସ୍ୟା ଥିଲେ ଟୋଲ୍ ଫ୍ରି ନଂ ‘୧୯୬୭’କୁ କଲ୍ କରି ଲୋକେ ବୁଝିପାରିବେ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
ରାସନ କାର୍ଡ ଇ-କେଓ୍ଵାଇସି ଅପଡେଟ ଲାଗି ପୂର୍ବରୁ ଫେବ୍ରୁଆରି ୧୫ ଶେଷ ତାରିଖ ଥିଲା। ତେବେ ଏହାର ସମୟ ସୀମା ବୃଦ୍ଧି କରିବା ଲାଗି ଏକାଧିକ ନିବେଦନ କରିଥିଲେ ହିତାଧିକାରୀ। ଏହାକୁ ଦୃଷ୍ଟିରେ ରଖି ଏହି ସମୟ ସୀମାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି।