March 12, 2025

ଶ୍ରୀଜିଉଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟର

1 min read

ପୁରୀ: ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍। ଗତକାଲି ଭାରତ ଓ ଇଂଲଣ୍ଡ ଦଳ ଶୁକ୍ରବାର ରାତିରେ ଭୁବନେଶ୍ବରରେ ପାଦ ଥାପିଛନ୍ତି। ଆଜି ସକାଳେ ଭାରତୀୟ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦର ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେମାନେ ମନ୍ଦିର ପରିସରରେ ପାଖାପାଖି ଅଧଘଣ୍ଟାଏ ସମୟ ରହିଥିଲେ।

ଏଣେ ଶନିବାର ଅପରାହ୍ଣ ୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଇଂଲଣ୍ଡ ଦଳ ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଚାପ କ୍ଲାନ୍ତି ମେଣ୍ଟାଇବାକୁ ବାରବାଟୀ ନଯାଇ ଭୁବନେଶ୍ବର ଗଲ୍ଫ କ୍ଲବ୍ରେ ଗଲ୍ଫ ଖେଳିବେ। ଏଥିପାଇଁ ବିଜିସିରେ ପ୍ରସ୍ତୁତି ହୋଇଛି। ସେହିପରି ଭାରତୀୟ ଦଳ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବାକୁ କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ଓସିଏ ପକ୍ଷରୁ ୫ଟି ଭଲ୍ଭୋ ବସ୍ ସମେତ କିଛି ଇନୋଭା ଗାଡ଼ି କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଷ୍ଟାଡିୟମ୍ରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉଭୟ ଦଳର ଅଭ୍ୟାସ ପାଇଁ ସ୍ବତନ୍ତ୍ର ପିଚ୍ ନିର୍ମାଣ ହୋଇଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି। ଆସନ୍ତାକାଲି ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରବିବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବାରବାଟୀ ଦିନିକିଆ ଦେଖିବାକୁ ଆସୁଛନ୍ତି।
ଏଣେ ଶନିବାର ଅପରାହ୍ଣ ୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଇଂଲଣ୍ଡ ଦଳ ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଚାପ କ୍ଲାନ୍ତି ମେଣ୍ଟାଇବାକୁ ବାରବାଟୀ ନଯାଇ ଭୁବନେଶ୍ବର ଗଲ୍ଫ କ୍ଲବ୍ରେ ଗଲ୍ଫ ଖେଳିବେ। ଏଥିପାଇଁ ବିଜିସିରେ ପ୍ରସ୍ତୁତି ହୋଇଛି। ସେହିପରି ଭାରତୀୟ ଦଳ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବାକୁ କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ଓସିଏ ପକ୍ଷରୁ ୫ଟି ଭଲ୍ଭୋ ବସ୍ ସମେତ କିଛି ଇନୋଭା ଗାଡ଼ି କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଷ୍ଟାଡିୟମ୍ରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉଭୟ ଦଳର ଅଭ୍ୟାସ ପାଇଁ ସ୍ବତନ୍ତ୍ର ପିଚ୍ ନିର୍ମାଣ ହୋଇଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି। ଆସନ୍ତାକାଲି ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରବିବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବାରବାଟୀ ଦିନିକିଆ ଦେଖିବାକୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତଳବାଲିଯାତ୍ରା ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ୍ରେ ହେଲିକପ୍ଟରରୁ ଓହ୍ଲାଇ ସେଠାରୁ କାର୍ ଯୋଗେ ଷ୍ଟାଡିୟମ୍କୁ ଆସିବେ। ଏଥି ପାଇଁ ବ୍ୟପକ ବ୍ୟବସ୍ଥା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓସିଏ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବା ସହିତ ଷ୍ଟାଡିୟମ୍ ଭିତର, ମୁଖ୍ୟମନ୍ତ୍ରୀଙ୍କ ବସିବା ବ୍ୟବସ୍ଥା, ଖେଳାଳିଙ୍କ ପ୍ରବେଶ, ପ୍ରସ୍ଥାନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ଅନୁଧାନ କରିଛନ୍ତି। ଜିଲ୍ଲାପାଳଙ୍କ ପରେ କଟକ ଡିସିପି ଜଗମୋହନ ମୀନା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହିତ ବରିଷ୍ଠ ଅଧିକାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।