ବାରବାଟୀରେ ଅଭ୍ୟାସ କଲା ଟିମ୍ ଇଣ୍ଡିଆ
1 min read
କଟକ: ଜାରି ରହିଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇ ଭାରତ ୧-୦ରେ ଆଗୁଆ ରହିଛି। ଫେବୃଆରୀ ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ୍। ଏନେଇ ଶନିବାର ବାରବାଟୀ ଷ୍ଚାଡିୟମରେ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଛି। ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ଖେଳାଳି ବାହାରି ଷ୍ଚାଡିୟମରେ ପହଞ୍ଚି ଥିଲେ। ହେଲେ ନିଜ ପ୍ରିୟ ଖେଳାଳିଙ୍କ ଟିକିଏ ଝଲକ ପାଇଁ ରାସ୍ତାରେ ଦର୍ଶକଙ୍କ ଭିଡ ଜମିଥିଲା। ଟିମ୍ ଇଣ୍ଡିଆର ନେଟ୍ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ ଭିଡ ଜମିଛି। ପ୍ରାକ୍ଟିସ ପୂର୍ବରୁ ବିରାଟ କୋହଲି ଓ ଅନ୍ୟ ଖେଳିମାନେ ୱାର୍ଣ୍ଣମ୍ପ୍ କରିଥିଲେ। ଅନ୍ୟପକ୍ଷେ ଖେଳାଳିଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେହିଭଳି ଶୁଭମନ ଗିଲଙ୍କୁ ଉପଅଧିନାୟକ ଭାବେ ଦଳରେ ସାମିଲ କରାଯାଇଛି । କୋହଲିଙ୍କ ଉପରୁ ସସପେନ୍ସ ହଟିଛି । ଚର୍ଚ୍ଚା ହେଉଥିଲା କୋହଲିଙ୍କୁ ସୁଯୋଗ ମିଳିବନାହିଁ। କିନ୍ତୁ ବିସିସିଆଇ ପୁଣି କୋହଲିଙ୍କ ଉପରେ ଭରସା କରିଛି । ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଥିବା ବେଳେ ମିଡିଲ ଅର୍ଡରରେ ପ୍ରମୁଖ ଭୂମିକା ତୁଲାଇବେ ସେ । ଉଭୟ କୋହଲି ଓ ଆୟରଙ୍କ ଉପରେ ଦଳ ବିଶେଷ ଭାବେ ନିର୍ଭର କରିବ । ସେହିଭଳି ଦଳରେ ଦୁଇ ଜଣ ଉଇକେଟ କିପରଙ୍କୁ ସାମିଲ କରାଯାଇଛି । ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କୁ ମିଳିଛି ସୁଯୋଗ । ତେବେ ରାହୁଲଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ।