February 2, 2025

ଓଡ଼ିଶାରେ ୭୫୪୦ଟି ଏଲଟିଆର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି

1 min read

ଭୁବନେଶ୍ୱେର: ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖାଲି ଥିବା ୭,୫୪୦ଟି ପଦବୀ ପାଇଁ ଏହି ନିଯୁକ୍ତି ହେବ। ଏଥିରେ ମହିଳା ଆବେଦନକାରୀମାନଙ୍କ ପାଇଁ ଏକ ତୃତୀୟାଂଶ ପଦବୀ ରହିଛି।

ଏହି ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଏବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଫେବ୍ରୁଆରି ୫।

ଆପଣମାନେ ଏହିସବୁ ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।