February 6, 2025

କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

1 min read

ନୂଆଦିଲ୍ଲୀ: ଆଜି ୭୬ତମ ସାଧରଣତନ୍ତ୍ର ଦିବସ ଅବସରରେ ସାରା ଦେଶରେ ଦେଖିବାକୁ ମଳିଛି ଉତ୍ସାହ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ପରେଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚଳିତ ଥର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରୋବୋୱୋ ସୁବିଅନ୍ତୋ। ଏହାସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ସାଧରଣତନ୍ତ୍ର ସମାରୋହରେ ସାମିଲ ହୋଇଥିଲେ।

ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କର୍ତ୍ତବ୍ୟପଥରେ ଶଙ୍ଖନାଦ, ତୁରୀ, ଝାଞ୍ଜ ଏବଂ ମୃଦଙ୍ଗ ଧ୍ଵନୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ। ଭାରତୀୟ ସେନା ପକ୍ଷରୁ ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ଵ ପ୍ରଦର୍ଶନ କରାଯାଇଥିଲା।

ଏହାସହ କର୍ତ୍ତବ୍ୟପଥରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଟି-୯୦ ଭୀଷ୍ମ ଟ୍ୟାଙ୍କ, ନାଗ ମିସାଇଲ, ପିନାକ ରକେଟ୍, ବିଭିନ୍ନ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି ସିଷ୍ଟମ, ମଲ୍ଟି ଫଙ୍କସନ ରାଡାର ପ୍ରଦର୍ଶିତ ହୋଇଛି।

ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀକୁ କଡ଼ା ସୁରକ୍ଷା ଘେରରେ ରଖାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ୭୦ରୁ ଅଧିକ କମ୍ପାନି ଅର୍ଦ୍ଧସାମରିକ ବଳ ଏବଂ ୧୫ ହଜାର ପୋଲିସକର୍ମୀ ରାଜଧାନୀରେ ମୁତୟନ ହୋଇଛନ୍ତି