ଅରୁନ୍ଧତି ଜୁଏଲର୍ସକୁ ରିଟେଲ ଜୁଏଲର୍ସ ଇଣ୍ଡିଆ ଫୋରମ ଦ୍ୱାରା ସମ୍ମାନ ପ୍ରଦାନ
1 min readଭୁବନେଶ୍ୱର,୧୪/୧(ନିପ୍ର) : ରାଜ୍ୟ ଅଳଙ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରି ଓଡିଶାକୁ ଗୌରବାନ୍ୱିତ କରିଥିବା ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ମୁମ୍ବାଇରେ ଆୟୋଜିତ ରିଟେଲ ଜୁଏଲର୍ସ ଫୋରମ ୨୦୨୫ ମଂଚରେ ପ୍ରତିଷ୍ଠିତ ଜାତୀୟ ପୁରସ୍କାର ‘ବେଷ୍ଟ କଷ୍ଟମର ଏକ୍ସପେରିଏନ୍ସ’ ସମ୍ମାନରେ ସମ୍ମାନିତ କରାଯାଇଛି । ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ ଓ ଡିଲୋଇଟି ଦ୍ୱାରା ସମର୍ଥିତ ଏହି ପୁରସ୍କାର ଉତ୍ସବରେ ଅଭିନେତ୍ରୀ ସାୟାମୀଖେର ଜୁଏଲର୍ସର ନିର୍ଦ୍ଦେଶକ ପ୍ରତୀକ ମେହେରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ । ବିଗତ ବର୍ଷରେ ଗ୍ରାହକମାନଙ୍କ ପ୍ରତି ନିଜ ବିନମ୍ର ଭରା ସେବା ମନୋଭାବ, ଗ୍ରାହକବନ୍ଧୁଙ୍କ ପ୍ରଶଂସନୀୟ ଓ ସର୍ବଶ୍ରେଷ୍ଠ ସୁନ୍ଦର ଅଭିଜ୍ଞତା ଅରୁନ୍ଧତୀକୁ ଏହି ପୁରସ୍କାର ପାଇବାର ହକଦାର କରିଛି ।
ଆମେ ପାଇଥିବା ପୁରସ୍କାର ପ୍ରତିଟି ଓଡିଶାବାସୀଙ୍କୁ ସମର୍ପିତ । ଦୀର୍ଘବର୍ଷ ଧରି ଓଡିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ଓ ବଳିଷ୍ଠ ସମର୍ଥନ ଅରୁନ୍ଧତୀକୁ ରାଜ୍ୟସ୍ତରରୁ ନେଇ ଜାତୀୟସ୍ତରରେ ସୁଖ୍ୟାତି ଅର୍ଜନ କରିବାରେ ସହାୟକ ହୋଇଛି । ଆଗାମୀ ଦିନମାନଙ୍କରେ ଅରୁନ୍ଧତୀ ଜୁଏଲର୍ସ ନିଷ୍ଠାପର ସେବା ଯୋଗାଇଦେବା ସହ ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିବା ପାଇଁ ନିରନ୍ତର ପ୍ରୟାସ ଜାରୀ ରଖିବ ବୋଲି ଅରୁନ୍ଧତୀ ଜୁଏଲର୍ସ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।