January 10, 2025

ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ

1 min read

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବ । ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଇ-କେୱାଇସି ସରିବା ପରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ। ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ
ସୂଚନା ଅନୁସାରେ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ବାହାରେ ଥିବା ହିତାଧିକାରୀମାନେ ମଧ୍ୟ ଇ-କେୱାଇସି କରିଛନ୍ତି ।