February 5, 2025

ଥ୍ରୀ ଗୋର୍ଜେସ୍ ଡ୍ୟାମ୍ ପୃଥିବୀର ଘୂର୍ଣ୍ଣନର ଗତି ବଦଳାଇଛି

1 min read

ବେଜିଂ: ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ସରକାର ବିଶ୍ୱର ବୃହତ୍ତମ ବନ୍ଧ ନିର୍ମାଣ କରୁଛନ୍ତି। ଏହି ଡ୍ୟାମ୍ କେବଳ ତିବ୍ଦତ ପାଇଁ ନୁହେଁ ଭାରତ ଏବଂ ବାଂଲାଦେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବ। ଗୋଟିଏ ପଟେ ହିମାଳୟ ଅଞ୍ଚଳରେ ଏହି ଡ୍ୟାମ୍ ନିର୍ମାଣ ହେବାର ବିପଦ ସମ୍ପର୍କରେ ବିଶ୍ବର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ବେଳେ ଅନ୍ୟ ପଟେ ନାସା ପୂର୍ବରୁ ଥିବା ସର୍ବ ବୃହତ ଡ୍ୟାମ୍ ‘ଥ୍ରୀ ଗୋର୍ଜେସ୍ ଡ୍ୟାମ୍’କୁ ଏକ ବଡ଼ ତଥ୍ୟ ପ୍ରଦାନ କରିଛି। ଏହାର ଏକ ଅନୁସନ୍ଧାନ ଆଧାରରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦାବି କରିଛି ଯେ, ଚୀନ୍‌ର ଥ୍ରୀ ଗୋର୍ଜେସ୍ ଡ୍ୟାମ୍ ଯୋଗୁ ପୃଥିବୀର ଘୂର୍ଣ୍ଣନ ଗତିର ବେଗ କମିଛି।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଏହି ଚାଇନିଜ୍ ଡ୍ୟାମ୍ ଯୋଗୁ ପୃଥିବୀର ଘୂର୍ଣ୍ଣନ ବେଗ ୦.୦୬ ମାଇକ୍ରୋ ସେକେଣ୍ଡ ହ୍ରାସ ପାଇଛି। ଏହା ଦର୍ଶାଉଛି ଯେ, ମନୁଷ୍ୟ ଦ୍ୱାରା ନିର୍ମିତ ଜିନିଷଗୁଡ଼ିକ ପୃଥିବୀର ପ୍ରାକୃତିକ ପ୍ରକ୍ରିୟାକୁ କିପରି ପ୍ରଭାବିତ କରିପାରିବ। ନାସା କହିଛି ଯେ, ଚାଇନାରେ ଥ୍ରୀ ଗୋର୍ଜେସ୍ ଡ୍ୟାମ ଦ୍ବାରା ପୃଥିବୀର ଘୂର୍ଣ୍ଣନ ଗତିର ବେଗ ୦,୦୬ମାଇକ୍ରୋ ସେକେଣ୍ଡର ପରିବର୍ତ୍ତନ ସାମାନ୍ୟ ମନେହୁଏ କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଏହା ଦର୍ଶାଉଛି ଯେ, ବଡ଼ ନିର୍ମାଣ କାର୍ଯ୍ୟ କରିବାବେଳେ ମଣିଷମାନେ ସତର୍କ ହେବା ଆବଶ୍ୟକ। ଯାହା ଦ୍ବାରା ପ୍ରକୃତି ଯେପରି ପ୍ରଭାବିତ ନ ହେବ।