ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ
1 min readନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ । ଅପରାହ୍ଣ ୨ଟାରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ୍ । ସାମ୍ବାଦିକ ସମ୍ମିଳନୀ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିବେ । ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ହେବ ତାରିଖ ଘୋଷଣା । ଆସନ୍ତା ଫେବ୍ରୁଆରୀ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥର ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଭିତରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିପାରେ । ଏହା ପୂର୍ବରୁ ସୋମବାର ଚୂଡାନ୍ତ ଭୋଟର ତାଲିକା ଦେଇଥିଲେ ନିର୍ବାଚନ କମିଶନ୍ । ଏଥର ଦିଲ୍ଲୀରେ ମୋଟ୍ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ରହିଛନ୍ତି ।