February 5, 2025

କମିଲା ଏଲପିଜି ସିଲିଣ୍ଡର ଦର

1 min read

ନୂଆଦିଲ୍ଲୀ: ନୂଆବର୍ଷ ଖୁସି ଖବର ନେଇ ଆସିଛି। ୧ ଜାନୁୟାରି ୨୦୨୫ଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର କମିଛି। ସରକାରୀ ତୈଳ କମ୍ପାନିଗୁଡିକ ବର୍ଷର ପ୍ରଥମ ଦିନରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ କରିଛନ୍ତି। ତେବେ ଘରୋଇ ସିଲିଣ୍ଡର ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ୍ ୧୮୧୮.୫୦ ଟଙ୍କାରୁ ୧୮୦୪ ଟଙ୍କାକୁ ଖସି ଆସିଛି।

ସେହିପରି କୋଲକାତାର ମୂଲ୍ୟ ଏହାର ଦର ୧୯୧୧ ଟଙ୍କାକୁ ଖସି ଆସିଛି। ପୂର୍ବରୁ ଏହାର ଦାମ୍ ୧୯୨୭ ଟଙ୍କା ଥିଲା। ମୁମ୍ବାଇରେ ଏହାର ମୂଲ୍ୟ ୧୭୫୬ ଟଙ୍କାକୁ ଖସି ଆସିଛି। ଏହା ଦାମ୍ ପୂର୍ବରୁ ୧୭୭୧ ଟଙ୍କା ଥିଲା। ଚେନ୍ନାଇରେ ବ୍ୟବସାୟିକ ସିଲିଣ୍ଡର ଦାମ୍ ୧୯୬୬କୁ ଖସିଛି। ପୂର୍ବରୁ ଏହାର ଦାମ୍ ୧୯୮୦.୫୦ ଟଙ୍କା ଥିଲା।

ବିହାରର ରାଜଧାନୀ ପାଟନାରେ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡର ଭରିବା ପାଇଁ ଏବେ ୨୦୯୫.୫୦ ଟଙ୍କା ଦେବାକୁ ପଡିବ। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୧୯୨୫ଟଙ୍କା ଦେବାକୁ ପଡିବ ଏବଂ ନୋଏଡାରେ ୧୮୦୨.୫୦ ଟଙ୍କା ଦେବାକୁ ପଡିବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଭରିବା ପାଇଁ ୧ ଜାନୁୟାରି ୨୦୨୫ ଠାରୁ ୨୦୭୩ ଟଙ୍କା ଏବଂ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ୧୯୬୨.୫୦ ଟଙ୍କା ଦେବାକୁ ପଡିବ।