ଚୀନ୍ର ସାମରିକ କାର୍ଯ୍ୟକଳାପକୁ ନେଇ ଗମ୍ଭୀର ଚିନ୍ତା
1 min readତାଇପେଇ: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଏନଡି) ପୁଣି ଥରେ ଚୀନ୍ର ସାମରିକ କାର୍ଯ୍ୟକଳାପକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛି। ତାଇୱାନ ନିକଟରେ ଦୁଇଟି ଚାଇନିଜ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ବିମାନ ଏବଂ ସାତୋଟି ପିପୁଲ୍ସ ଲିବରେସନ୍ ଆର୍ମି ନୌସେନା (ପିଏଲଏଏନ) ଜାହାଜ ଚିହ୍ନଟ କରାଯାଇଛି ବୋଲି ଏମଏନଡି କହିଛି
ଏମଏନଡି ଅନୁଯାୟୀ, ଦୁଇଟି ପିଏଲଏ ଯୁଦ୍ଧବିମାନ ମଧ୍ୟରୁ ଗୋଟିଏ ମଧ୍ୟରେଖା ଅତିକ୍ରମ କରି ତାଇୱାନର ଉତ୍ତର ଏବଂ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରତିରକ୍ଷା ପରିଚୟ ଜୋନ୍ (ଏଡିଆଇଜେଡ୍)ରେ ପ୍ରବେଶ କରିଥିଲା।
ଏହି ସମୟରେ,ଏମଏନଡି ତାଇୱାନ ନିକଟରେ ୨ଟି ଚାଇନିଜ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଯୁଦ୍ଧବିମାନ ଏବଂ ୭ଟି ପିପୁଲ୍ସ ଲିବରେସନ୍ ଆର୍ମି ନୌସେନା ଜାହାଜ ଚଳାଚଳ କରୁଥିବା ସୂଚନା ଦେଇଛି।
ବୁଧବାର ସକାଳ ୬ଟା ଏହା ଜଣାପଡ଼ିଥିବା ଏମଏନଡି ପକ୍ଷରୁ କୁହାଯାଇଛି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ପ୍ରଦାନ କରାଯାଇଛି।
ସୋମବାର ଦିନ ୨୩ଟି ଚୀନ୍ ସାମରିକ ବିମାନ ଏବଂ ୬ଟି ନୌସେନା ଜାହାଜ ସହିତ ତାଇୱାନ ଅଞ୍ଚଳ ପରିସରରେ ସାମରିକ କାର୍ଯ୍ୟକଳାପ କରୁଥିବା ରିପୋର୍ଟ ହୋଇଥିଲା। ନିକଟରେ ନାଟୋର ସେକ୍ରେଟେରୀ ମାର୍କ ରୁଟ୍ ମଧ୍ୟ ଚୀନ୍ର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ।