February 5, 2025

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷିବ

1 min read

ଭୁବନେଶ୍ବର: ଓଡ଼ିଶାରେ ଆଜି ପୁଣି ହାଲୁକା ବର୍ଷା ହେବାର ସମ୍ଭବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ରବିବାର ଯାଏଁ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ନୂଆବର୍ଷ ବେଳକୁ ରାଜ୍ୟରେ ତାପମାତ୍ରା କମି ପୁଣି ଶୀତ ବଢ଼ିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ବରଗଡ଼, ବଲାଙ୍ଗିର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ତିରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଏହି ସମୟରେ ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ରହିଛି। ତେବେ ଅନେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ସୋମବାରଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆବର୍ଷରେ ପାଗ ଶୁଖିଲା ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଉଛି।