ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ବର: ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଥରେ ନୁହେଁ ବରଂ ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ। ଚିଟଫଣ୍ଡର ଶିକାର ହୋଇଥିବା ନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୯୦ ଓ ୨୦୦୨ରେ ଚିଟଫଣ୍ଡ ସଂସ୍ଥା ଦ୍ବାରା ଶିକାର ହୋଇଥିଲେ। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜମାକାରୀଙ୍କ ଭଳି ମୋହନ ଟଙ୍କା ଯୋଗାଡ଼ କରି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ। ୧୯୮୬ ଆଇନରେ ଅପିଲ କରିଥିଲେ ମଧ୍ୟ ପଇସା ମିଳିନଥିଲା ବୋଲି ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ମାଝୀ।