February 5, 2025

ସାଂସଦଙ୍କ ହସ୍ତକ୍ଷେପ ପରେ ଫିଟିଲା କଳାରାହାଙ୍ଗ ଓ ପଟିଆ ଫ୍ଲାଏ ଓଭର ବ୍ରିଜ କାର୍ଯ୍ୟ

1 min read

ଭୁବନେଶ୍ୱର : ରେଳ ବିଭାଗ ତରଫରୁ ଭୁବନେଶ୍ୱରକୁ ଅଧିକ ଗୁରୁତ୍ଵ ଦିଆଯିବା ସହିତ ଏଠାରେ ଚାଲିଛି ବିଭିନ୍ନ ସ୍ଵତନ୍ତ୍ର ରେଳ ପ୍ରକଳ୍ପ। ଏଥିସହିତ ଚାଲୁଥିବା ରେଳ ପ୍ରକଳ୍ପ କାର୍ଯ୍ୟ ସୁଚାରୁ ରୂପେ ତ୍ୱରାନ୍ୱିତ ହେବା ସହ ଯଥା ସମୟରେ ଯାତ୍ରୀ ମାନଙ୍କ ପାଇଁ ବ୍ୟବହାର ଉପୋଯୋଗୀ ହେବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ। ମଙ୍ଗଳବାର ଭୁବନେଶ୍ବର ସ୍ଥିତ ପୂର୍ବତଟ ରେଳ ସଦନରେ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିବା ପରେ ଏପରି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଏହି ଅବସରରେ ଆସନ୍ତା ଜାନୁଆରୀ ୪ ତାରିଖରେ ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱର ରେଳଷ୍ଟେଶନ ନବୀକରଣ କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ଥିବା କହିଛନ୍ତି ଅପରାଜିତା। ଏଥିସହିତ ଆସନ୍ତା ଜାନୁଆରୀ ୨୦ ତାରିଖ ଦିନ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ‘ ସାନପଦର’ ଷ୍ଟେସନ ର ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ।
ଅନ୍ୟପଟେ ରେଳ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ରୋଡ ଓ ଖୋର୍ଦ୍ଧା ଷ୍ଟେସନ ମଧ୍ୟରେ ଥିବା ‘ ତାରାଵୋଇ ‘ ଷ୍ଟେସନ ରେ ଆସନ୍ତା ଜୁଲାଇ ୨୦ ତାରିଖ ରୁ ଯାତ୍ରୀବାହୀ ଟ୍ରେନ ରହଣୀ ନେଇ ଖବର ଜଣାଇଛନ୍ତି ସାଂସଦ। ତେବେ ସମୀକ୍ଷା ପରେ ଭୁବନେଶ୍ୱର ନିର୍ବାଚନୀ ମଣ୍ଡଳୀର ବହୁ ଗୁରୁତ୍ୱପୂର୍ଣ୍ଣ, ତଥା ବନ୍ଦ ହୋଇ ପଡିଥିବା କଳାରାହାଙ୍ଗ ଓ ପଟିଆ ଫ୍ଲାଏ ଓଭର ବ୍ରିଜ କାର୍ଯ୍ୟ ସାଂସଦଙ୍କ ହସ୍ତକ୍ଷେପ ପରେ ପୁନଃ ଆରମ୍ଭ ହେବାର ବାଟ ଫିଟିବା ନେଇ ରହିଛି ଖୁସିର ଲହରୀ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଏହି ସମୀକ୍ଷା ବୈଠକରେ ପୂର୍ବତଟ ରେଳବାଇ ପକ୍ଷରୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କୱାଲ, ବୋଲଗଡ଼,ଜଟଣୀ ଓ ଭୁବନେଶ୍ବର ଉତ୍ତର ର ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି, ବିଶ୍ୱରଞ୍ଜନ ବଡ଼ଜେନା ଓ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ରେଲୱେ ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।