February 5, 2025

ମର୍ମନ୍ତୁଦ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର

1 min read

ଭଦ୍ରକ : ଭଦ୍ରକ ୧୬ ନଂ ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ସାମ୍ନାକୁ ପିଟିଲା ବାଇକ୍ । ଜଣେ ମୃତ , ଜଣେ ଗୁରୁତର। ସୂଚନା ମୁତାବକ ଏକ ବ୍ରେକ୍ ଡାଉନ୍ ହୋଇଥିବା ଟ୍ରକ ନୂଆ ବସଷ୍ଟାଣ୍ଡ ଛକ ନିକଟରେ ଛିଡା ହୋଇଥିଲା। ଏତିକିବେଳେ ଏକ ବାଇକ୍ ଦ୍ରୁତ ଗତିରେ ଆସି ଉକ୍ତ ବସ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରେ ସ୍ଥାନୀୟ ଲୋକ ତୁରନ୍ତ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।