December 12, 2024

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ କିମ୍ବା ଆଂଶିକ ମେଘୁଆ ରହିବାର ସମ୍ଭାବନା

1 min read

ଭୁବନେଶ୍ୱର: ଏଣିକି ଆହୁରି ଖସିବ ପାରଦ, ବଢ଼ିବ ଶୀତ। ଗଲା କିଛି ଦିନ ଦେବ ଦିନ ବେଳା ତାତି ୩୦ ଡିଗ୍ରୀ ଉପରେ ରହୁଥିବାବେଳେ ରାତିରେ ଥଣ୍ଡା ଅନୁଭୂତ ହେଉଥିଲା। ମାତ୍ର ଗତକାଲି ଠାରୁ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିଛି ଓ ଥଣ୍ତା ବଢ଼ିଥିବା ଅନୂଭୁତ ହେଉଛି। ତେବେ, ସୋମବାର ଅର୍ଥାତ ୯ ରୁ ପାରଦ ଖସିବା ଓ ଥଣ୍ତା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେପଟେ ରାଜ୍ୟର ଦକ୍ଷିଣ ଉପକୂଳରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ କିମ୍ବା ଆଂଶିକ ମେଘୁଆ ରହିବାର ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବ ଆଭ୍ୟନ୍ତରରେ ୧୦ ତାରିଖ ପର୍ଯ୍ୟନ୍ତ ମେଘୁଆ ପାଗ ରହିବାକୁ ଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରରେ ୮ ରୁ ୯ ତାରିଖ ଆଂଶିକ ଏବଂ ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୯ରୁ ୧୦ ଆଂଶିକ ମେଘୁଆ ରହିପାରେ। ଅନ୍ୟପଟେ, ଉତ୍ତର ଉପକୂଳରେ ୯ ତାରିଖକୁ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି।

ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରୁ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ଏହା ଲଘୁଚାପ ରୂପ ନେବ। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପଶ୍ଚିମାବାୟୁ ପ୍ରଭାବରେ ଏବେ ରାତି ତାପମାତ୍ରା ଅଧିକ ରହୁଛି। ପଶ୍ଚିମାବାୟୁ ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି।
୮ ତାରିଖରେ ମାନେ ଆଜି ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଓଡି଼ଶାରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ କୂଆପଥର ବର୍ଷା ହୋଇପାରେ। ୯ରୁ ଥଣ୍ତା ବଢିବ। ୧୦ ଓ ୧୧ ରେ ଅଧିକ ଥଣ୍ତା ଅନୂଭୁତ ହେବ। ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ଼. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଦକ୍ଷିଣ ଆଭ୍ୟନ୍ତରିଣରେ ୯ ତାରିଖରୁ ରାତି ତାପମାତ୍ରା କମିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ଆଜିଠାରୁ ରୁ ୯ ତାରିଖ ମେଘୁଆ ପାଗ ରହିବ। ଆଜିଠାରୁ ଆଭ୍ୟନ୍ତରରେ ୮ ରୁ ୯ ତାରିଖ ଯାଏଁ ଦକ୍ଷିଣ ଆଭ୍ୟନ୍ତରୀଣରେ ଓ ୯ ରୁ ୧୦ ଯାଏଁ ପଶ୍ଚିମ ଓଡି଼ଶା ଓ ଆଭ୍ୟନ୍ତରୀଣରେ ପାଗ ଆଶିଂକ ମେଘୁଆ ରହିପାରେ।