କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକ
1 min readଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଯେମିତି ତାପମାତ୍ରା କମିବାରେ ଲାଗିଛି ସେହିଭଳି ଶୀତ ମଧ୍ୟ ଧୀରେ ଧୀରେ ସ୍ପର୍ଶ କରିବାରେ ଲାଗିଛି। ଏହାର ମଜା ଉଠାଇବା ପାଇଁ ରବିବାର ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଡୁଲୁରୀ ପାଇନବଣ ସମେତ ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳପ୍ରପାତ,ସରାମୁଳି ପଞ୍ଚାୟତର ଯୋଗୀମଠ, କିରିକୁଟିର ଲଭର୍ସ ପଏଣ୍ଟ, କିସୁବାଡ଼ି ଜଳପ୍ରପାତ ଆଦି ଅଞ୍ଚଳରେ ବଣ ଭୋଜି ପାଇଁ ପ୍ରବଳ ଭିଡ଼ ଲାଗିରହିଛି।
ସେହିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା କଫି ବଗିଚା, କଫି କାଫେ ସମେତ ଶାନ୍ତି ଉପତ୍ୟକା, ସୁଲେଇ ସରୁ ଭିୟୁ, ହିଲ୍ଭିୟୁ ପାର୍କ, ନେଚର ପାର୍କ ଆଦି ପର୍ଯ୍ୟଟନକ୍ଷେତ୍ର ବୁଲିବା ସହ ମଜା ନେଇଛନ୍ତି। ରବିବାର ଛୁଟି ରହିଥିବା ବେଳେ ଛାଡ଼ ଖାଇ ପରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକ ଏହାର ଭରପୂର ଫାଇଦା ନେଇଛନ୍ତି। ଦାରିଙ୍ଗବାଡ଼ିରେ ତାପମାତ୍ରା ୧୨ ଡିଗ୍ରୀ ରହିଥିବା ବେଳେ ଶୀତ ମଧ୍ୟ ଅନୁଭୂତ ହେଉଛି।
ଆଜି ଆମିଷ ବଜାରରେ ନିଆଁ
ଭୁବନେଶ୍ୱର,୧୭ା୧୧: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଶନିବାର ପଡ଼ିଥିଲା ଛାଡ଼ଖାଇ। ମାତ୍ର ଏହି ଦିନ ସଂକ୍ରାନ୍ତି ପଡ଼ିଥିବାରୁ ଛାଡ଼ଖାଇ ଫିକା ପଡ଼ିଯାଇଥିଲା। ଯେଉଁଥିପାଇଁ ଲୋକେ ରବିବାର ଛାଡ଼ଖାଇ ପାଳନ କରୁଛନ୍ତି। ଏନେଇ ଆମିଷ ବଜାରରେ ନିଆଁ ଲାଗିଛି। ଅର୍ଥାତ୍ ଦର ଆକାଶଛୁଆଁ ହୋଇଛି। ବିଶେଷକରି ଭୁବନେଶ୍ବରର ୪ନଂ ମାଛ ମାର୍କେଟ, ଡମଣା ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାଛ, ମାଂସ, ଚିଙ୍ଗୁଡ଼ି, ଚିକେନ, ଅଣ୍ଡା, କଙ୍କଡ଼ା ଆଦି ଲୋକେ ଘରକୁ ବୋହି ନେଇଯାଉଛନ୍ତି।
ଦର ବି ସେମିତି ଚଢ଼ା ରହିଛି। ଖାସି ମାଂସ କିଲୋ ୭୫୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ି କିଲୋ ୪୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ରୋହି, ମିରକାଳୀ, ଭାକୁର ଆଦି ମାଛ କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା ରହିଛି। ସେହିପରି ଖଅଙ୍ଗା ୪୦୦ରୁ ୫୦୦ ଟଙ୍କା ଥିବା ବେଳେ ପାମ୍ପ୍ଲେଲେଟ,ଖୁରାଣ୍ଟ ୬୦୦ ଟଙ୍କା ରହିଛି। କଙ୍କଡ଼ା ଦର ଗୋଟିଏ ଗୋଟିଏ ସ୍ଥାନରେ ୧୦୦୦ ଟଙ୍କା ପାର୍ କରିଛି।