November 14, 2024

ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା

1 min read

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଅଁଳା ନବମୀରେ ରାଧା ପାଦ ଦର୍ଶନ କରିବା ପାଇଁ ପୁରୀର ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ମାଆ ଓଡ଼ିଆଣୀ ବେଶରେ ଦେଉଛନ୍ତି ଦର୍ଶନ । ବର୍ଷକରେ ଦିନଟିଏ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାତି ୧ ଟାରୁ ଦ୍ୱାର ଫିଟା ଯାଇ ନୀତି ପାଳନ କରାଯାଇ ରାତି ୧.୩୦ରେ ମଙ୍ଗଳ ଆଳତି କରାଯାଇଥିଲା । ରାତିର ୧.୩୦ରୁ ୩ଟା ପର୍ଯ୍ୟନ୍ତ ବେଶ, ମଇଲମ, ମର୍ଦ୍ଧନ, ଅବକାଶ, ନଟବରବେଶ ଅନୁଷ୍ଠିତ ହୋଇଥିଲା । ସକାଳ ୫.୩୦ରେ ମନ୍ଦିର କର୍ମଚାରୀ ଓ ସେବାୟତ ମାନେ ଦର୍ଶନ କରିଥିଲେ । ସେହିପରି ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାହାଣମେଳା ସର୍ବସାଧାରଣ ଦର୍ଶନ ଚାଲିବ । ପାଳିଆ ପରିବର୍ତ୍ତନ ନିମନ୍ତେ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ପରେ ପୁଣି ସନ୍ଧ୍ୟା ୬ଟାରୁ ରାତି ୧୧.୩୦ ଚାଲିବ ସାହାଣମେଲା ଦର୍ଶନ ।

ଆଜିର ଦିନରେ ଅର୍ଥାତ୍ ପବିତ୍ର ଅଁଳା ନବମୀରେ ଦାନର ମହତ୍ତ୍ୱ ଅଧିକ ରହିଛି । ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ଶୁଳ୍କପକ୍ଷ ନବମୀ ତିଥିରୁ ନେଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛରେ ବିରାଜମାନ କରନ୍ତି । ଏଥିପାଇଁ ଅକ୍ଷୟ ନବମୀ ଦିନ ବିଧିବଦ୍ଧ ଭାବେ ଅଁଳା ଗଛର ପୂଜାର୍ଚ୍ଚାନ କରାଯାଇଥାଏ । ଆଜି ଶ୍ରଦ୍ଧାଳୁମାନେ ଅଁଳା ଗଛର ୧୦୮ ଥର ପରିକ୍ରମା କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୨୦ ପ୍ଲାଟୁନ୍ ପୋଲିସ ।

ଦଶରଥପୁର (ବଡ଼ ଖବର ବ୍ୟୁରୋ): ଦୁର୍ନୀତି ବିରୋଧ ରେ ଆରଟିଆଇ ତଥ୍ୟ ମାଗିବାରୁ ସଂଘବଧ ଭାବେ ଆକ୍ରମଣ । ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ଥାନା ରାହାସୋଇ ପଞ୍ଚାୟତରେ । ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ ପତି ପଞ୍ଚାୟତର ବିଭିନ୍ନ ଦୁର୍ନୀତିକୁ ବିରୋଧ କରିବା ସହ ଆରଟିଆଇ ରିପୋର୍ଟ ମାଗିଥିଲେ । ପଞ୍ଚାୟତର ବିଭିନ୍ନ ଉନ୍ନୟ ମୂଳକ କାମରେ ଦୁର୍ନୀତି ହେଉଥିବା ଜାଣି ବିରୋଧ କରିବା ସହ ଆରଟିଆଇ ରିପୋର୍ଟ ମାଗିଥିଲେ । ଏହାପରେ ବ୍ଲକ ପ୍ରଶାସନିକ ଅଧିକାରୀ ତଦନ୍ତ କରି ପଂଚାୟତସ୍ତରରେ କିଛି କାମକୁ ବନ୍ଦ କରିଦେଇଛନ୍ତି ।

କାମ ବନ୍ଦ ହୋଇଯିବାରୁ କାମ କରୁଥିବା ବ୍ୟକ୍ତି ଆକ୍ରୋଶମୂଳକ ଭାବେ ବାରମ୍ବାର ଅଶୋକଙ୍କୁ ଗାଳିଗୁଲଜ କରନ୍ତି। ଗତକାଲି ସନ୍ଧ୍ୟାରେ ପାଟିତୁଣ୍ଡ କରିଥିଲେ । ଯାହାକୁ ନେଇ କିଛି ଯୁବକ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିକୁ ଉଠାଇ ନେବା ସହ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ଅଶୋକ ପତି ଏବଂ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଏଭଳି ଅମାନବୀୟକାଣ୍ଡ ଘଟାଇ ଥିବା ଅନ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାକୁ ସାଧାରଣତଃ ରେ ଦାବି ଜୋରଧରିଛି ।