February 5, 2025

ଆଜିଠାରୁ ଭାରତରେ ଟ୍ରେନ୍ ଟିକେଟ୍ ବୁକିଂ କ୍ଷେତ୍ରରେ ନୂଆ ନିୟମ

1 min read

ଆଜିଠାରୁ ଭାରତରେ ଟ୍ରେନ୍ ଟିକେଟ୍ ବୁକିଂ କ୍ଷେତ୍ରରେ ନୂଆ ନିୟମ ଲାଗୁ ହୋଇଛି। ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଅଗ୍ରୀମ ଟ୍ରେନ୍ ଟିକେଟ୍ ବୁକିଂ କରିହେବ। ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ୍ ଟିକେଟ୍ ବୁକିଂ ସମୟସୀମାରେ ପରିବର୍ତ୍ତନ କରାଯାଇଛି।

ଏହି ନୂଆ ନିୟମ ପାଇଁ ଅକ୍ଟୋବର ମାସରେ ରେଳବାଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ନଭେମ୍ବର ପହିଲା ପୂର୍ବରୁ ବୁକିଂ ହୋଇଥିବା ସବୁ ଟିକେଟ୍ ପାଇଁ ପୂର୍ବ ନିୟମ ବଳବତ୍ତର ରହିଥିଲା।

ତେବେ ତାଜ ଏକ୍ସପ୍ରେସ ଓ ଗୌମତୀ ଏକ୍ସପ୍ରେସ ଭଳି ଦିନରେ ଚାଲୁଥିବା କିଛି ଏକ୍ସପ୍ରେସ ଟ୍ରେନ୍ ପାଇଁ ଟିକେଟ୍ ବୁକିଂ ନିୟମରେ କିଛି ପରିବର୍ତ୍ତନ କରାଯାଇନାହିଁ। ଏହାଛଡ଼ା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଥିବା ୩୬୫ ଦିନ ପୂର୍ବରୁ ଅଗ୍ରୀମ ଟ୍ରେନ୍ ଟିକେଟ୍ ବୁକିଂ ସମୟସୀମା ଜାରି ରହିବ।

ପୂର୍ବରୁ ଅଗ୍ରୀମ ସଂରକ୍ଷଣ ଟିକେଟ୍ ବୁକିଂ ପାଇଁ ୧୨୦ ଦିନର ସମୟ ଥିଲା। ଏହି ସମୟ ମଧ୍ୟରେ ୱେଟିଂ ଟିକେଟ୍ କନଫର୍ମ ହେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳୁଥିଲା। ତେବେ ସମୟସୀମା ୬୦ ଦିନ ହେବା ପରେ ଟିକେଟ୍ ବୁକିଂରେ ଭିଡ଼ ରହିବ ଏବଂ ୱେଟିଂ ଟିକେଟ୍ କନଫର୍ମ ହେବାର ସୁଯୋଗ କମିଯିବାର ସମ୍ଭାବନା ରହିଛି।