ଗୋ କାଷ୍ଠରେ ସ୍ୱର୍ଗଦ୍ୱାରରେ ହେବ ଶବଦାହ
1 min readଭୁବନେଶ୍ବର: ସ୍ୱର୍ଗଦ୍ୱାରରେ ଏଣିକି ଗଛ କାଠ ବଦଳରେ ଗୋବର କାଠ ବା ଘସିରେ ହେବ ଶବ ଦାହ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଏହି ପଦକ୍ଷେପ ନେବେ ସରକାର। ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଏହି ପଦକ୍ଷେପ ନେବେ ସରକାର| ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ସେ ଆହୁରି କହିଛନ୍ତି, ଯେଉଁମାନେ ପରିଚାଳନା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ଗୋ ମୁତ୍ର ଓ ଗୋବରର ସଦୁପଯୋଗ ପାଇଁ ସରକାର ଚିନ୍ତା କରୁଛନ୍ତି। ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି। ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ କମିଟି ଗଠିତ ହେବ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିଛନ୍ତି।