October 18, 2024

ଭୁବନେଶ୍ୱରରେ ୨୪ ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ଆସନ୍ତାକାଲିଠାରୁ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଶୁକ୍ରବାର ଅପରାହ୍ଣ ୨ଟାରୁ ଶନିବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରଖାଯିବ। ଏନେଇ ୱାଟକୋ ପକ୍ଷରୁ ସୂଚନା ଦିଆଯାଇଛି।ମୁଣ୍ଡଳିଠାରେ ମୁଖ୍ୟ ପାଇପ୍ ଲାଇନରେ ଏକ ଜରୁରକାଳୀନ ମରାମତି କାର୍ଯ୍ୟ ପାଇଁ ଜଳ ଯୋଗାଣ ବ୍ୟାହତ ରହିବ। ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟକୋ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି।ଜାଣନ୍ତୁ ଭୁବନେଶ୍ବରର କେଉଁ ସବୁ ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହେବ।

ନୟାପଲ୍ଲୀ: ଆଇଆର୍ସି ଭିଲେଜ, ଏନ୍-୧ରୁ ଏନ୍ ୬ ପର୍ଯ୍ୟନ୍ତ, ନୟାପଲ୍ଲୀ ଗାଁ, କାବେରୀ ବସ୍ତି, ଗଡସାହି ବସ୍ତି, ନୀଳଗଣ୍ଠ ନଗର, ବାଲିପଦା ସାହି, ଆନନ୍ଦ ବିହାର, ସୀତାପୁର ବସ୍ତି, ଶାସ୍ତ୍ରୀ ନଗର। ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର, ସାଲିଆ ସାହି ଓ ମୈତ୍ରି ବିହାର।

ଘାଟିକିଆ: କଳିଙ୍ଗନଗର, ପାତ୍ରପଡ଼ା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରି ବାରି, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସିଆର୍ପିଫ୍ ଅଞ୍ଚଳ, ଏକମ୍ର ଭିଲ୍ଲା, ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳ, ତପୋବନ, ଏମ୍ସ ନଗର ଓ ଏମ୍ସ ହସ୍ପିଟାଲ୍।

ପୋଖରୀପୁଟ: ଯଦୁପୁର, ଡୁମୁଡୁମା ଗାଁ, ଡୁମୁଡୁମା ହାଉସିଂ ବୋର୍ଡ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତ ମଧୁ ନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାରର୍ଗିଲ ବସ୍ତି, କପିଳ ପ୍ରସାଦ ଗାଁ, କପିଳ ପ୍ରସାଦ ବିଡିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ, କ୍ରିଷ୍ଣା ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧି ବିହାର, ସୌଭାଗ୍ୟ ନଗର, ଶତାଦ୍ଦୀ ନଗର। ଏହାସହିତ ଭୁବନେଶ୍ୱରର ଏରୋଡ୍ରମ୍ ଏରିଆ, ଭିମ୍ପୁର, ପଳାସପଲ୍ଲୀ, ଫରେଷ୍ଟପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍-୧ଠାରୁ ୮ ଭଳି ଅଞ୍ଚଳରେ ଆଂଶିକ ଭାବେ ଜଳ ଯୋଗାଣ ବନ୍ଦ ରହିବ।