October 18, 2024

ପଶ୍ଚିମବଙ୍ଗରେ ମହିଳାଙ୍କୁ ଗଣଦୁଷ୍କର୍ମ

1 min read

କୋଲକାତା : ପଶ୍ଚିମବଙ୍ଗରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଥିବା ଜଣେ ୧୮ ବର୍ଷୀୟା ମହିଳାଙ୍କ ମୃତଦେହ ବୁଧବାର ସକାଳେ ମିଳିଛି। ତାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି ଏବଂ ତାଙ୍କ ମୁହଁକୁ ଏସିଡ୍‌ ଢାଳି ଜାଳି ଦିଆଯାଇଛି। ପୀଡ଼ିତାଙ୍କ ବାପା ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ପୀଡ଼ିତାଙ୍କ ଭାବି ସ୍ବାମୀ ତଥା ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ବାପା ମା’ଙ୍କ ଅଭିଯୋଗ ଅନୁଯାୟୀ ପୀଡ଼ିତା ମଙ୍ଗଳବାର ଦିନ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପିଜା ଖାଇବାକୁ ଯାଇଥିଲେ। କିନ୍ତୁ ସେ ଆଉ ଫେରିନଥିଲେ। ବହୁ ଖୋଜାଖୋଜି କରିବାପରେ ଶେଷରେ ବୁଧବାର ସକାଳେ ତାଙ୍କ ମୃତଦେହ ମିଳିଛି। ତେବେ ତାଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପୂର୍ବରୁ ପୀଡ଼ିତାଙ୍କ ଫେସବୁକ୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟରେ ଲେଖାଯାଇଥିଲା ଯେ ମୋ ମୃତ୍ୟୁପାଇଁ କେହି ଦାୟୀ ନୁହନ୍ତି। । ଇତି ମଧ୍ୟରେ କୃଷ୍ଣନଗର ଏସ୍‌ପି ଅମରନାଥ କେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପୀଡ଼ିତାଙ୍କ ମୃତଦେହ ଯେଉଁଠାରୁ ମିଳିଛି ସେଠାରେ ଅପରାଧ ହୋଇନାହିଁ। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏବଂ ତାଙ୍କ ମୁହଁରେ ଏସିଡ୍‌ ଢାଳି ଜାଳି ଦିଆଯାଇଛି।