October 18, 2024

ଗୁରୁତର ହୋଇଥିବା ନାବାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

1 min read

ଭୁବନେଶ୍ୱର : ବ୍ୟାଟ ମାଡ଼ରେ ଆହତ ନାବାଳକଙ୍କ ମୃତ୍ୟୁ । ଏକ ଘରୋଇ ମେଡିକାଲରେ ୮୬ ଦିନ ଚିକିତ୍ସାଧୀନ ରହିବା ପରେ ତାଙ୍କର ପରଲୋକ ଘଟିଛି । କୌଣସି କାରଣକୁ ନେଇ ୩ ମାସ ତଳେ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ୧୭ ବର୍ଷିୟ ପ୍ରକାଶ କୁମାର ସାହୁଙ୍କୁ କ୍ରିକେଟ ବ୍ୟାଟରେ ପିଟି ପିଟି ଏକାଧିକ ଯୁବକ ଗୁରୁତର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶଙ୍କ ମୃତ୍ୟୁ ପରେ ଭୁବନେଶ୍ବର ଖଣ୍ଡିଗିରି ଛକରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିବାର ଓ ସମ୍ପର୍କୀୟ।

ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ହତ୍ୟା ଉଦ୍ୟମ ଦଫାରେ ଏକ ମାମଲା ରୁଜୁ କରିବା ସହ ଗତ ଜୁଲାଇ ୧୦ ତାରିଖରେ ୨ ଜଣଙ୍କୁ ଗିରଫ କରିଥିଲା । ହେଲେ ଏହାରି ଭିତରେ ଅନ୍ୟ ଅଭିଯୁକ୍ତମାନେ ହାଇକୋର୍ଟରୁ ଆଗୁଆ ଜାମିନ ହୋଇ ସାରିଛନ୍ତି । ପୋଲିସ ଜାଣିଶୁଣି ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ନକରି ଆଗୁଆ ଜାମିନରେ ଯିବା ପାଇଁ ସୁଯୋଗ ଦେଇଥିବା ମୃତ ନାବାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ମୃତ୍ୟୁ ପୂର୍ବରୁ ମୃତକର ଶେଷ ଜମାନବନ୍ଦୀ ମଧ୍ୟ ପୋଲିସ ଗ୍ରହଣ କରି ନଥିବା ଅଭିଯୋଗ ହୋଇଥିଲା ।