November 22, 2024

ନୂଆ ରୂପରେଖ ପାଇବ ଭୁବନେଶ୍ୱର ବିମାନ ବନ୍ଦର

1 min read

CREATOR: gd-jpeg v1.0 (using IJG JPEG v80), quality = 82

ଭୁବନେଶ୍ୱର : ଖୁବଶୀଘ୍ର ନୂଆ ରୂପରେଖ ପାଇବ ଭୁବନେଶ୍ୱର ବିମାନ ବନ୍ଦର । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ ତୃତୀୟ ଟର୍ମିନାଲ । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଆସନ୍ତା ଦୁଇ ବର୍ଷ ମଧ୍ୟ ନିର୍ମାଣ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା କାମ ଖୁବଶୀଘ୍ର ଆରମ୍ଭ ହେବ। ଭୁବନେଶ୍ୱର ବିମାନ ବନ୍ଦରରେ ରିଭ୍ୟୁ ପରେ ଏନେଇ ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ।

ବର୍ଷେ ଭିତରେ ଭୁବନେଶ୍ବର ବିମାନ ବନ୍ଦରର କ୍ଷମତା ୧୦ ଲକ୍ଷ ହେବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ପ୍ରକାଶଥାଉକି ଏବେ ଭୁବନେଶ୍ବରରୁ ବର୍ତ୍ତମାନ ୨୦ ଟି ସହରକୁ ବିମାନ ଚଳାଚଳ କରୁଛି । ଏବେ ଭୁବନେଶ୍ବରରେ ଯେଉଁ ଟର୍ମିନାଲ ଅଛି ପ୍ରତିବର୍ଷ ୪୦ ଲକ୍ଷ ଯାତ୍ରୀ ଯାତାୟତ କରନ୍ତି । ଯାତ୍ରୀ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ଭିତରେ ନିର୍ମାଣ ଯୋଜନା କରାଯିବା ସହିତ ଖୁବଶୀଘ୍ର ରନଓ୍ବେ କ୍ୟାଟ୍ ଟୁ ଲାଇଟ୍ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।