October 18, 2024

ପାର୍ବଣ ସମୟରେ ଗ୍ରାହକଙ୍କୁ ଝଟକା

1 min read

ନୂଆଦିଲ୍ଲୀ : ପାର୍ବଣ ସମୟରେ ଗ୍ରାହକଙ୍କୁ ଝଟକା। ଅକ୍ଟୋବର ମାସ ଆରମ୍ଭରୁ ପୁଣି ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଛି । ଘରୋଇ

ଗ୍ୟାସ୍ ସିଲିଣ୍ଡର ଦରରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଦର ବଢିବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି।

ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଗ୍ୟାସ୍ ଉପଲବ୍ଧ ହେବ। ଆଜିଠାରୁ ଦେଶରେ ଏହି ଦର ଲାଗୁ ହୋଇଛି।