October 18, 2024

ଦାୟିତ୍ଵ ନେଲେ ଟୁଇନ ସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ

1 min read

ଭୁବନେଶ୍ୱର : ଦାୟିତ୍ଵନେଲେ କଟକ-ଭୁବନେଶ୍ଵର ଟୁଇନ ସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ। ସୋମବାର ଦିନ ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ସୁରେଶ ଦେବଦତ୍ତ ସିଂହ ହେଉଛନ୍ତି ୧୯୯୮ ବ୍ୟାଚର ପରିଷ୍ଠ ଆଇପିଏସ ଅଧିକାରୀ। ଏହା ପୂର୍ବରୁ ସେ ଅପରେସନ ବିଭାଗର ଏଡିଜି ଭାବେ କାମ କରୁଥିଲେ। ମାଓବାଦୀ ଦମନ ଅପରେସନ୍ସକୁ ସଫଳତାର ସହ ପରିଚାଳନା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

ଏହା ବ୍ୟତୀତ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ଡ୍ରୋନ ସହାୟତାରେ ଚିହ୍ନଟ କରି ତାକୁ ନଷ୍ଟ କରିବାରେ ପ୍ରଭୁଖ ଭୂମିକା ଗ୍ରହଣ କରିଥିଲେ ଦେବଦତ୍ତ ସିଂହ।

ଦାୟିତ୍ଵ ନେବା ପରେ ନୂଆ କମିଶନର କହିଛନ୍ତି “ପୋଲିସ ଏକା ସାଙ୍ଗରେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ। ଅପରାଧୀଙ୍କ ପ୍ରତି କଠୋର ଏବଂ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ। ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବ। ଆଇନ ପରିସର ଭିତରେ ରହି ନ୍ୟାୟ ପ୍ରଦାନ କରାଯିବ।”

ଆଇପିଏସ ସ୍ତରରେ ରବିବାର ଦିନ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। କଟକ-ଭୁବନେଶ୍ୱର ପୋଲିସ କମିଶନର ଥିବା ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟ ରାଜ୍ୟ ପୋଲିସ ଏକାଡେମୀ (ବିପିଏସପିଏ) ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୀବ ପଣ୍ଡାଙ୍କ ସ୍ଥାନରେ ୧୯୯୮ ବ୍ୟାଚର ଆଇପିଏସ ଦେବଦତ୍ତ ସିଂହଙ୍କୁ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସୋମବାର ଦିନ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *