October 18, 2024

ବିହାରରେ ବନ୍ୟା, ୧୬ ଲକ୍ଷ ପ୍ରଭାବିତ

1 min read

ପାଟନା: ବିହାରରେ ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଯୁଦ୍ଧସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଜାରି ରଖିଛନ୍ତି। ୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ସହ ନଦୀବନ୍ଧଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି। ସଙ୍କଟ ପରିଚାଳନା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ ହୋଇଛି।

ଗତ ତିନି ଦିନ ଧରି ବିଭିନ୍ନ ଜଳଭଣ୍ଡାର ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ଉତ୍ତର ଏବଂ କେନ୍ଦ୍ରୀୟ ବିହାରରେ ନଦୀଗୁଡ଼ିକରେ ପ୍ରବଳ ବନ୍ୟା ଆସିଛି। ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇ ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ କୋସି ବ୍ୟାରେଜ ନିକଟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ମଧ୍ୟରେ ଗଣ୍ଡକ, କୋସି, ବାଗମତୀ, ବୁଢ଼ୀ ଗଣ୍ଡକ, କମଳା ବାଲାନ, ମହାନନ୍ଦା ଏବଂ ଗଙ୍ଗା ନଦୀ ରହିଥିବାରୁ ଉତ୍ତର ବିହାରର ୮ଟି ଜିଲ୍ଲାର ୩୧ଟି ବ୍ଲକ୍‌ରେ ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଗଣ୍ଡକ, କୋଶୀ, ମହାନନ୍ଦା ଆଦି ନଦୀରେ ଜଳସ୍ତର ସାଂଘାତିକ ଭାବେ ବଢ଼ିଛି। ନେପାଳର ଜଳଭଣ୍ଡାର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପଶ୍ଚିମ ଓ ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ଅରାରିଆ, ସୁପୌଲ, କଟିହାର, ପୂର୍ଣ୍ଣିଆ ସମେତ ତଳିଆ ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଛି।

Leave a Reply

Your email address will not be published. Required fields are marked *