October 18, 2024

ସରପଞ୍ଚଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି ଗ୍ରାମବାସୀ

1 min read

ବୌଦ୍ଧ: ସରପଞ୍ଚଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ଗ୍ରାମବାସୀ। ଏହିଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କଷୁରବନ୍ଧ ଗାଁରୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଷୁରବନ୍ଧ ସରପଞ୍ଚ ଗାଁର ରାଜେନ୍ଦ୍ର କର୍ଣ୍ଣଙ୍କୁ ଗୁଳି କରିଥିଲେ। ଗୁରୁତର ଆହତ ଅବସ୍ଥାରେ ରାଜେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ରାତିରେ କଷୁରବନ୍ଧ ସରପଞ୍ଚ, ତାଙ୍କ ବାପା ଓ ଭାଇଙ୍କର କଷୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ହାତାହାତି ଯାଏଁ କଥା ଯାଇଥିଲା। ଏଥିରେ ରାଗି ଯାଇ କଷୁରବନ୍ଧ ସରପଞ୍ଚ ପାଖରେ ରଖିଥିବା ଏକ ବନ୍ଧୁକରୁ ଦୁଇଟି ଗୁଳି ରାଜେନ୍ଦ୍ରଙ୍କ ଦୁଇ ଗୋଡ଼କୁ ଲକ୍ଷ୍ୟ କରି ଚଳାଇଥିଲେ। ଫଳରେ ଗୁରୁତର ଆହତ ହୋଇଥିଲେ ରାଜେନ୍ଦ୍ର।

ଖବର ପାଇ ମନମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *