October 18, 2024

ବାରରୁ ନକଲି ମଦ ଜବତ

1 min read

କଟକ : ଆକ୍ସନ ମୋଡ୍‌ରେ ସାଲେପୁର ଅବକାରୀ ବିଭାଗ । ବାର୍‌ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି । ଗୁରୁବାର ଦିନ ସାଲେପୁର ଅବକାରୀର ୧୦ ଜଣିଆ ଟିମ କଟକ ଜିଲା ନିଶ୍ଚିନ୍ତକୋଇଲି ଏସଆର ବାର୍‌ ଉପରେ ଚଢ଼ାଉ କରିବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କକରିଛି । ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି । ଏହା ସହ ବାର ମାଲିକଙ୍କ ଭଦ୍ରେଶ୍ୱର ଥାନା ପ୍ରହରାଜପୁର ସ୍ଥିତ ଘରୁ ନକଲି ବିଦେଶୀ ମଦ ସହିତ ବ୍ୟବହାର ହେଉଥିବା ବୋତଲ ଲୋଗୋକୁ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ଥିବା ବାର୍‌ର କର୍ମଚାରୀ ଏବଂ ଘରେ ପ୍ରସ୍ତୁତ କରୁଥିବା ଯୁବକମାନେ ଗିରଫ ହୋଇଛନ୍ତି। ଏଥିରେ ବ୍ୟବହୃତ ୩ଟି ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ।ଏନେଇ ସାଲେପୁର ଅବକାରୀ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *