October 18, 2024

ଚିକେନ ଉପରୁ ହଟିଲା କଟକଣା

1 min read

ଭୁବନେଶ୍ୱର : ଏଣିକି ବିନା ଦ୍ବିଧାରେ ଖାଇ ପାରିବେ ଅଣ୍ଡା ଓ କୁକୁଡ଼ା । ରାଜ୍ୟରେ ଦୂର ହେଲାଣି ବାର୍ଡ଼ ଫ୍ଲୁ ଜନିତ ଭୟ । ତେଣୁ ଚିକେନ ଓ ଅଣ୍ଡା ଉପରୁ କଟକଣା ହଟିଛି । ଚିହ୍ନଟ ହୋଇଥିବା ସଂକ୍ରମିତ ଅଞ୍ଚଳ ଗୁଡିକରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି । ତେଣୁ ଅଳ୍ପ କେତେକ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ଅଞ୍ଚଳକୁ ଏହି ରୋଗ ବ୍ୟାପି ପାରିନି । ବାର୍ଡ ଫ୍ଲୁକୁ ନେଇ ଜନସଚେତନତା କରିବା ଉଦ୍ଦେଶ୍ୟରେ ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଶ୍ରୀ ମିଶ୍ରଙ୍କ କହିବାନୁସାରେ, ରାଜ୍ୟରେ ଉତ୍ପାଦିତ ବ୍ରଏଲର ଚିକେନ୍‌, ଅଣ୍ଡାରେ କୌଣସି ପ୍ରକାର ସଂକ୍ରମଣ ନାହିଁ। କିଛି ସପ୍ତାହ ତଳେ ପୁରୀ ଜିଲ୍ଲାରେ ବାଡର଼୍ ଫ୍ଲୁ’ ସଂକ୍ରମଣ ଚିହ୍ନଟ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଥିଲା। ପ୍ରତିବର୍ଷ ଏହି ସିଜିନରେ ବାର୍ଡ ଫ୍ଲୁ’ ହୋଇଥାଏ। ତେଣୁ ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଅଧିକ ଉତ୍ତାପରେ ଚିକେନ୍‌କୁ ଭଲଭାବେ ରୋଷେଇ କରି ଖାଇଲେ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *