October 18, 2024

ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ସୁରକ୍ଷା ଅଧିକାରୀ

1 min read

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନାରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବା ପରେ ମଙ୍ଗଳବାର କମିସନରେଟ ପୁଲିସ ମେଜରଙ୍କ ବାନ୍ଧବୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦେଇଛନ୍ତି। ଥାନା ଭିତରେ ଜଣେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେବା ଓ ଆଇଆଇସିଙ୍କ ଯୌନ ନିର୍ଯାତନା ପରେ ପୁଲିସ ପିଏସଓ ଯୋଗାଇ ଦେବା ପଛର କାରଣ ଜଣାପଡ଼ୁନାହିଁ।
ହୁଏତ ରାସ୍ତା ଉପରେ ଗଣ୍ଡଗୋଳ କରିଥିବା ୭ ଜଣ ଯୁବକଙ୍କୁ ଗିରଫ କରିବାର ମାତ୍ର ୪ ଘଣ୍ଟା ପରେ ମୁକ୍ତ କରିବା ଘଟଣାରେ, ପୁଲିସ ପ୍ରଶାସନର ପାରିବାପଣିଆକୁ ଲୋକମାନେ ନିନ୍ଦା କରୁଛନ୍ତି। ସମାନ୍ତରାଳ ଘଟଣାରେ କଣ ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏତେ ସହଜରେ ଛାଡି ଦେଇଥାନ୍ତା କି ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି। ଏବେ ଗଣ୍ଡଗୋଳ କରିଥିବା ୭ ଜଣଙ୍କ ପକ୍ଷରୁ ସମ୍ପୃକ୍ତ ଯୁବତୀଙ୍କ ଜୀବନ ପ୍ରତି ବିପଦ ରହିଛି କି? ରାସ୍ତା ଉପରେ ସେଦିନ ଘଟିଥିବା ଘଟଣାର ଭିଡିଓକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ଜଣେ ଯୁବକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ନେଉଛନ୍ତି। ତେଣୁ ଘଟଣା ପଛରେ ଅର୍ଥାତ ୭ ଜଣଙ୍କୁ ଗିରଫ କରିବା ଓ ସେମାନଙ୍କ କ୍ଷେତ୍ରରେ ଏଭଳି ଦଫା ପୁଲିସ ଲାଗିଲା ଯେ ସେମାନଙ୍କୁ ନ୍ୟାୟାଳୟ ମାତ୍ର ୪ ଘଣ୍ଟା ପରେ ଜାମିନ ପ୍ରଦାନ କରିଥିଲେ। ତେଣୁ ଏହି ଘଟଣା ଓ ପୁଲିସ ପ୍ରଶାସନ କାର୍ଯ୍ୟକଳାପକୁ ଦେଖିଲେ, ରାଜନୈତିକ ଚାପରେ ପୁଲିସ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ପୁଲିସ କେବଳ ଘଟଣା ଘଟିବା ଦିନ ଭରତପୁର ଥାନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦ୍ୱାରା ମୋବାଇଲରେ ରେକର୍ଡ ହୋଇଥିବା ଭିଡିଓକୁ ସାର୍ବଜନୀନ କରିଥିବା ବେଳେ, କାହିଁକି ମେଜରଙ୍କ ବାନ୍ଧବୀଙ୍କ ମୋବାଇଲରେ ରେକର୍ଡ ହୋଇଥିବା ଭିଡିଓକୁ ସାର୍ବଜନୀନ କରୁନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *