September 19, 2024

ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା

1 min read

Water flowing along the street curb during heavy rain. Close up of splashing raindrops and air bubbles.

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇଛି । ଏହାର ପ୍ରଭାରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଦେଓଗଡ଼, ଅନୁଗୁଳ, କେଉଁଝର, ସୋନପୁର, ବରଗଡ଼, ମୟୂରଭଞ୍ଜରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ଆସନ୍ତାକାଲିଠୁ କମିବ ବର୍ଷା । ସୋମବାର ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା ହେବ । ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଲରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ। ଆସନ୍ତା ୨ ଦିନ ମଧ୍ୟରେ ପଦରୁ ଇସ୍ତଫା ଦେବା ନେଇ ସେ ଘୋଷଣା କରିଛନ୍ତି। ଆପ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର ଶକ୍ତି ଆମର ଅଛି। ସେ ଆହୁରି କହିଛନ୍ତି ଯେ, ଆମେ ବିଜେପି ଆଗରେ ନଇଁବୁ ନାହିଁ।

ଆସନ୍ତା ଦୁଇ ଦିନ ମଧ୍ୟରେ ସେ ସିଏମ ପଦରୁ ଇସ୍ତଫା ଘୋଷଣା କରିବେ। ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାନସଭା ଦଳର ବୈଠକ ହେବ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ସିଏମ ମଧ୍ୟ ଆମ ଆଦମୀ ପାର୍ଟିର କେହି ଜଣେ ହେବେ। କେଜ୍ରିୱାଲ ଆଦମୀ ପାର୍ଟି କର୍ମୀ ତଥା ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ମୁଁ ସରକାରୀ କୋର୍ଟରେ ଜିତିବା ପର୍ଯ୍ୟନ୍ତ ମୁଁ ସିଏମ ହେବି ନାହିଁ। ମୁଁ ଚାହୁଁଛି ଯେ ନଭେମ୍ବରରେ ଦିଲ୍ଲୀ ନିର୍ବାଚନ ହେଉ। ଜନସାଧାରଣ ମୋତେ ଭୋଟ ଦେବେ। ଯଦି ମୁଁ ଜିତେ ତେବେ ମୁଁ ସିଏମଙ୍କ ଚେୟାରରେ ବସିବି ବୋଲି ସେ କହିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲରେ ଥିଲେ ଅରବିନ୍ଦ କେଜ୍ରିୱାଲ। ଗତକାଲି ତାଙ୍କୁ ସୁପ୍ରିମକୋର୍ଟରୁ ବେଲ୍ ମିଳିିଥିଲା। ବେଲରେ ଆସିବା ପରେ ଆଜି କେଜ୍ରିୱାଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ଗିରଫଦାରୀର ୬ ମାସ ମଧ୍ୟରେ ଇସ୍ତଫା ନେଇ ସେ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲେ। ଏପରିକି ସେ ଜେଲରେ ଥିବା ସମୟରେ ମଧ୍ୟ ବିରୋଧୀଙ୍କ ପକ୍ଷରୁ ଏକାଧିକ ବାର ଇସ୍ତଫା ନେଇ ଦାବି ଉଠିଥିଲା। କିନ୍ତୁ ସେ ଇସ୍ତଫା ଦେଇନଥିଲେ, ଜେଲରୁ ଥାଇ ମୁଖ୍ୟମନ୍ତ୍ରୀ ପଦର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *