September 19, 2024

ପ୍ରଥମ ମଙ୍କିପକ୍ସର ଭ୍ୟାକ୍ସିନକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମଞ୍ଜୁରୀ

1 min read

ଡେନମାର୍କ: ମଙ୍କିପକ୍ସର ପ୍ରଥମ ଭ୍ୟାକ୍ସିନକୁ ମିଳିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ର ମଞ୍ଜୁରୀ। ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କଠାରେ ଏହି ଭ୍ୟାକ୍ସିନର ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଭ୍ୟାକ୍ସିନର ନାଁ ରହିଛି ଏମଭିଏ-ବିଏନ। ଏହି ଭ୍ୟାକ୍ସିନକୁ ବିକଶିତ କରିଛି ଡେନମାର୍କର ବାୟୋଟେକ କମ୍ପାନି ବାଭାରିଆନ ନର୍ଡିକ।

ମଙ୍କିପକ୍ସର ମୁକାବିଲା କରିବାରେ ଏହି ଭ୍ୟାକ୍ସିନ ସଫଳ ହେବ ବୋଲି ଆଶା ରଖିଛି ଡବ୍ଲ୍ୟୁଏଚଓ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମଞ୍ଜୁରୀ ପରେ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଏମଭିଏ-ବିଏନ ଭ୍ୟାକ୍ସିନର ଦୁଇଟି ଡୋଜ ନେଇ ପାରିବେ। ମଙ୍କିପକ୍ସଠାରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପ୍ରଥମ ଡୋଜ ୭୬ ପ୍ରତିଶତ ଓ ଦ୍ଵିତୀୟ ଡୋଜ ୮୨ ପ୍ରତିଶତ ସକ୍ଷମ ହେବ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ଭ୍ୟାକ୍ସିନ କ୍ରୟ କରିବା ପାଇଁ ଗାଭି ଭାକ୍ସିନ ଆଲାଏନ୍ସ ଏବଂ ୟୁନିସେଫ୍‌କୁ ମଞ୍ଜୁରୀ ମିଳିଛି।

ବିଶେଷକରି ଆଫ୍ରିକା ମହାଦେଶରେ ଅଧିକ ସଂକ୍ରମିତ ହେଉଥିବା ଦେଶଗୁଡ଼ିକରେ ଏହି ଭ୍ୟାକ୍ସିନକୁ ପ୍ରାଥମିକତା ଭିତ୍ତିରେ ଦିଆଯିବ। ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ୪ ସପ୍ତାହ ମଧ୍ୟରେ ଏହି ଭ୍ୟାକ୍ସିନର ଦୁଇଟି ଡୋଜ ନେବାକୁ ପଡ଼ିବ। ୨୦୨୨ ପରଠାରୁ ବିଶ୍ଵର ୧୨୦ ଦେଶରେ ଲକ୍ଷେରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *