September 21, 2024

ଅନୁଗୁଳ- ସୁକିନ୍ଦା ରେଲ ଲାଇନର ପରଜଙ୍ଗରେ ନୂତନ ପ୍ରତିଷ୍ଠିତ ଗୁଡ୍ ସେଡ୍ବ୍ୟରୁ ପଣ୍ୟ ପରିବହନ ର ପ୍ରଥମ ରେକ୍ ଚଳାଚଳ|

1 min read

ଅନୁଗୁଳ: ଖୋର୍ଦ୍ଧା ରୋଡ଼ ମଣ୍ଡଳ ମାଲ ପରିବହନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି | ଅନୁଗୁଳ- ସୁକିନ୍ଦା ରେଳ ଲାଇନର ପରଜାଙ୍ଗରେ ନୂତନ ପ୍ରତିଷ୍ଠିତ ଗୁଡ୍ ସେଡ୍ ରୁ 54 ୱାଗନ୍ କୋଇଲା ବୋଝେଇ ର ପ୍ରଥମ ରେକ୍ ଲୋଡିଂ କରାଯାଇଛି | ଦାମୋଦର ଭ୍ୟାଲି କର୍ପୋରେସନ୍ ଲିମିଟେଡ୍ ଦ୍ୱାରା 3,167 ଟନ୍ କୋଇଲା ଓଡ଼ିଶାର ପରଜଙ୍ଗରୁ ପଶ୍ଚିମବଙ୍ଗର ଦୁର୍ଗାପୁରକୁ ପରିବହନ କରାଯାଇଛି।

ପରଜଙ୍ଗରେ ଥିବା ଅନୁଗୁଳ- ସୁକିନ୍ଦା ରେଳ ଲିମିଟେଡ ର ନୂତନ ଗୁଡ୍ ସେଡ୍, ତାଳଚେର ଅଞ୍ଚଳରୁ କୋଇଲା ଏବଂ ସୁକିନ୍ଦା ଅଞ୍ଚଳରୁ ଲୁହାପଥର ସମେତ ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ପାୱାର ହାଉସ୍ ଏବଂ ଉତ୍ପାଦନ ୟୁନିଟ୍ ର ଚାହିଦା ପୂରଣ କରିବା ସହ ରାଜସ୍ୱ ଯୋଗାଇବ ରେ ସାହାଯ୍ୟ କରିବ । 


  ପରଜଙ୍ଗ ଗୁଡ୍ ସେଡ୍ ରେ ପ୍ରଥମ ରେକ୍ ଲୋଡିଂ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ, ଏଚ୍ ଏସ ବାଜ୍ଵା ଉପସ୍ଥିତ ଥିଲେ। ଖୋର୍ଦ୍ଧା ରୋଡ୍ ମଣ୍ଡଳ ପାଇଁ ଅତିରିକ୍ତ ଟ୍ରାଫିକ୍ ହ୍ୟାଣ୍ଡଲିଂ ପଏଣ୍ଟ ଆରମ୍ଭ କରିଥିବାରୁ ସେ ଅନୁଗୁଳ ସୁକିନ୍ଦା ରେଲୱେ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ  ଦିଲୀପ ସାମନ୍ତରାୟ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କଞ୍ଚାମାଲ ପରିବହନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *