ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ
1 min read![](https://www.dinalipi.in/wp-content/uploads/2024/09/images-7-700x430-1.jpg)
ନୂଆପଡ଼ା: ନବୋଦୟ ବିଦ୍ୟାଳୟରେ ରାଗିଂ ! ଛାତ୍ରାବାସରେ ପଶି କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରିଲେ ବରିଷ୍ଠ ଛାତ୍ର । ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ତରବୋଡ଼ ନବୋଦୟ ବିଦ୍ୟାଳୟରୁ। ୭ ଜଣ ଦ୍ଵାଦଶ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀ ଛାତ୍ର ରହୁଥିବା ହଷ୍ଟେଲରେ ପଶି ୨୨ ଜଣ ପିଲାଙ୍କୁ ମାଡ଼ ମାରିଛନ୍ତି । ଏ ନେଇ ଆଜି ୧୦ମ ଶ୍ରେଣୀ ଛାତ୍ରମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ବିଦ୍ୟାଳୟ କର୍ତ୍ତୃପକ୍ଷ ମାଡ଼ ମାରିଥିବା ୭ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଗିଂର ଶିକାର ହୋଇଥିବା ଛାତ୍ରମାନେ ଦାବି କରିଛନ୍ତି । ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ରେ ତରବୋଡ଼ ଜବାହାର ନବୋଦୟ ବିଦ୍ୟାଳୟର ୭ ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ର ଦଶମ ଶ୍ରେଣୀ ଛାତ୍ର ରହୁଥିବା ହଷ୍ଟେଲରେ ପଶି ସିନିଅରର ହାଉସ ଆରାବଲୀର ଛାତ୍ରଙ୍କୁ ଗୋଟି ଗୋଟି କରି ଡାକିଥିଲେ । ଏହା ପରେ କବାଟ ବନ୍ଦ କରି ବାଡ଼ି ଓ ଲୁହା ଛଡ଼ିରେ ମାଡ଼ ମାରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ସମସ୍ତଙ୍କର ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦାଗ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ଆଜି ଛାତ୍ରମାନେ ଅଭିଯୁକ୍ତ ଛାତ୍ର ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି ଉପବାସ ରହି ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ।