ପିପିଲିରେ ବାର୍ଡ଼ ଫ୍ଲୁ ,ଆଡଭାଇଜରୀ ଜାରି
1 min readପିପିଲି : ପିପିଲି ପାଲଟିଛି ବାର୍ଡ଼ ଫ୍ଲୁ ର ହଟସ୍ପଟ । ବାର୍ଡ ଫ୍ଲୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଜାରି କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏବେ କିଛି ଦିନ ଚିକେନ ନଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ଏନେଇ ଜିଲ୍ଲାୱାରୀ ଫିଭର ସର୍ଭିଲାନ୍ସ ଚାଲିଛି । ରାପିଡ୍ ରେସପନ୍ସ ଟିମ୍ ପିପିଲି ଯାଇଛି । ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ କରିଦିଆଯାଉଛି । ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର । ପ୍ରତିଦିନ ପବ୍ଲିକ ହେଲ୍ଥ ୟୁନିଟ ଦ୍ୱାରା ତଥ୍ୟ ସଂଗ୍ରହ କରାଯାଉଛି । ବାର୍ଡ଼ ଫ୍ଲୁ କୁକୁଡ଼ାଙ୍କ ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ । ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ବର ହେବ । ଏଥିପାଇଁ ସତର୍କ ରହିବାକୁ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।