ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର
1 min readଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍।
ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ଷ୍ଟେସନ ବଜାର ସ୍ଥିତ ଘର, ସଦର ରେଞ୍ଜ କାର୍ଯ୍ୟାଳୟ, ସରକାରୀ ବାସଭବନ, କଟକ ଓ ଭୁନେଶ୍ୱରରେ ଥିବା ଘରେ ଏକକାଳୀନ ଚଢ଼ଉ କରାଯାଇଛି। ବିଭୁଦାନନ୍ଦ ମିଶ୍ରଙ୍କ ବିରୋଧରେ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା।
ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କର ଆଠଗଡ଼ରେ ୮ ଏକର ବିଶିଷ୍ଟ ଏକ ଫାର୍ମ ହାଉସ ଥିବା ଚଢ଼ଉ ବେଳେ ଜଣାପଡ଼ିଛି। ଫାର୍ମ ହାଉସକୁ ପାର୍କ ଭଳି ସଜ୍ଜେଇବା ସହ ସେଠାରେ ବହୁ ପଶୁପକ୍ଷୀ ରଖିଛନ୍ତି। ବିଭୁଦାନନ୍ଦ ମିଶ୍ରଙ୍କ ଟଏଲେଟ ଫ୍ଲସରୁ ଭିଜିଲାନ୍ସ ଟିମକୁ ମିଳିଛି ୫୦୦ ଟଙ୍କିଆ ନୋଟ ବିଡ଼ା।
କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଉଛି। ଚଢ଼ଉରେ ୭ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।