November 22, 2024

ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାରେ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଉଡ଼ାଇବେ ତ୍ରିରଙ୍ଗା

1 min read

ଭୁବନେଶ୍ବର: ତିନିଦିନ ପରେ ଜାତୀୟ ପର୍ବ ‘ସ୍ବାଧୀନତା ଦିବସ‘।‘ ଅଗଷ୍ଟ ୧୫ତାରିଖରେ ସାରା ଦେଶ ସମେତ ଓଡ଼ିଶାରେ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବ। ଚଳିତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହୋଇଥିବା ବେଳେ କିଏ କେଉଁ ସ୍ଥାନରେ ପତାକା ଉତ୍ତୋଳନ କରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଆସିଛି।

ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ଆଲେଚନା ‌ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୁଲିସ ବାହିନୀର କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।

ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ମାଲକାନଗିରିରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧାରେ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, କନ୍ଧମାଳରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ରାୟଗଡ଼ାରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ତ୍ରିରଙ୍ଗା ଉଡ଼ାଇବେ।

ସେହିପରି ସମ୍ବଲପୁର, କେନ୍ଦୁଛର, ଅନୁଗୁଳ, ଜଗତସିଂହପୁର, ଝାରସୁଗୁଡ଼ା, ମୟୂରଂଭଜ, ସୋନପୁର, ଢେଙ୍କାନାଳ, ବ୍ରହ୍ମପୁର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ରେ ସେଠାକାର ଜିଲ୍ଲାପାଳମାନେ ତ୍ରିରଙ୍ଗା ଉଡ଼ାଇବେ। ରାଉରକେଲାରେ ସୁନ୍ଦରଗଡ଼ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।

ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ। ତେଣୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *