November 22, 2024

ପ୍ରତିହାରୀ ସେବକଙ୍କୁ ନୋଟିସ

1 min read

ପୁରୀ : ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ । ୩୫ ମିନିଟ ବିଳମ୍ବରେ ପହଞ୍ଚିବାରୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉଙ୍କ ଦ୍ୱାରଫିଟା ନୀତି ବିଳମ୍ବ ପାଇଁ ବଡଦ୍ୱାର ସେବକ ଶିବ ଶଙ୍କର ମହାପାତ୍ରଙ୍କୁ

ନୋଟିସ୍ ଜାରି କରାଯାଇଛି । ସେ ୩୫ ମିନିଟ୍ ବିଳମ୍ବରେ ପହଂଚିଥିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି ।

ଗତକାଲି ଶ୍ରୀମନ୍ଦିର ଦ୍ୱାରଫିଟାରେ ୩୫ ମିନିଟ ବିଳମ୍ବ ହୋଇଥିଲା। ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ବିଳମ୍ବ ହେଲେ ମହାପ୍ରଭୁଙ୍କର ଅନ୍ୟ ନୀତି ବିଳମ୍ବ ହୋଇଥାଏ। ଫଳରେ ମହାପ୍ରଭୁଙ୍କ ମହାପ୍ରସାଦ ବାହାରିବା ବିଳମ୍ବ ହୋଇଥାଏ ।

ତେବେ ଏଭଳି ନୋଟିସକୁ ପ୍ରତିହାରୀ ନିଯୋଗ ସ୍ୱାଗତ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *