ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ
1 min readବଲାଙ୍ଗୀର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ବାହାର କରିଛି ନୂଆଖାଇ ଲଗ୍ନ । ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଧାର୍ଯ୍ୟ ହେଲା ଲଗ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ ତାରିଖରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି ହେବା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆ ଖାଇବାର ପରମ୍ପରା ରହିଛି। ପାଟଣା ଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାଇ ଧାର୍ଯ୍ୟ ହୋଇଛି ଲଗ୍ନ। ମା’ଙ୍କ ପାଖେ ନବାନ୍ନ ଲାଗି ହେବା ପରେ ନୂଆ ଖାଇବେ ଲୋକ।
ପ୍ରଥମେ ଇଷ୍ଟଦେବୀଙ୍କୁ ଲଗ୍ନପତ୍ର ଦେବା ପରେ ଗାଁ ଗାଁକୁ ପ୍ରେରଣ କରାଯିବ। ତା’ ପରେ ଆରମ୍ଭ ହୋଇଯିବ ନୂଆଖାଇ ପାଇଁ ପ୍ରସ୍ତୁତି। ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣ ପର୍ବ ହୋଇଥିବାରୁ ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ ବି ଘରମୁହାଁ ହୋଇଥାଆନ୍ତି।