December 21, 2024

ମନୁ ଭାକରଙ୍କ ପ୍ରଶଂସାରେ ଭାରତବାସୀ

1 min read

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିବା ଭାରତୀୟ ସୁଟର ମନୁ ଭାକର ଏବେ ପ୍ରସିଦ୍ଧିର ଶିଖରରେ। ଆମ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ। ସମସ୍ତେ ତାଙ୍କୁ ଏବେ ସାବାସୀ ଦେବାରେ ଲାଗିଛନ୍ତି। ତାଙ୍କର କୃତିତ୍ୱ ଭାରତୀୟ କ୍ରୀଡ଼ା ପାଇଁ ଆଣି ଦେଇଛି ଅବିସ୍ମରଣୀୟ ସଫଳତା।

ପ୍ୟାରିସରେ ଅଲିମ୍ପିକ୍ସରେ ମନୁ ଭାକର ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରଥିବା ବେଳେ ଆଉ ଗୋଟିଏ ପଦକ ତାଙ୍କ ହାତରୁ ଅଳ୍ପେକେ ଖସିଯାଇଛି। ଜୁଲାଇ ୨୮ ତାରଖ ଦିନ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଗୋଟିଏ ବ୍ରୋଞ୍ଜପଦକ ହାସଲ କରିବାର ଦୁଇଦିନ ପରେ ଜୁଲାଇ ୩୦ ତାରିଖ ଦିନ ସେ ସରବଜୋତ ସିଂହଙ୍କ ସହିତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ମଧ୍ୟ ହାସଲ କରିଛନ୍ତି ଆଉ ଏକ ବ୍ରୋଞ୍ଜପଦକ।

ଏହି ସଫଳତା ମନୁଙ୍କୁ ଏବେ ଭାରତବର୍ଷର ଘରେ ଘରେ ପରିଚିତ କରାଇ ଦେଇଛି।ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରି ମନୁ ଭାକର ଭାରତର ପ୍ରଥମ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ୧୨୪ ବର୍ଷ ପୂର୍ବେ ୧୯୦୦ ମସିହାରେ ଆୟୋଜିତ ଅଲିମ୍ପିକ କ୍ରୀଡ଼ାର ଦ୍ୱିତୀୟ

ସଂସ୍କରଣରେ କୋଲକାତାରେ ଅବସ୍ଥାନ କରୁଥିବା ଜଣେ ବ୍ରିଟିଶ୍ ବଂଶୋଦ୍ଭବ ଭାରତୀୟ ଆଥଲେଟ୍ ଦୁଇଟି ରୌପ୍ୟପଦକ ଜିତିଥିଲେ। ତାଙ୍କର ନାମ ଥିଲା ନର୍ମାନ୍ ପିଟ୍‌ଚାର୍ଡ। ନର୍ମାନ୍ ରୌପ୍ୟ ପଦକ ଦୁଇଟି ଜିତିଥିଲେ ୨୦୦ମିଟର ଦୌଡ଼ ଓ ୨୦୦ମିଟର ହର୍ଡଲ୍ସରେ। ଆଉ ଏବେ ମନୁ ଅଲିମ୍ପକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ସଂଯୋଗର ବିଷୟ ହେଲା ଯେ ଉଭୟ ଘଟଣା ଘଟିଛି ଫ୍ରାନ୍‌ସର ରାଜଧାନୀ ପ୍ୟାରିସଠାରେ। ୧୯୦୦ ମସିହାର ଅଲିମ୍ପିକ ପ୍ୟାରିସଠାରେ ଖେଳାଯାଇଥିବା ବେଳେ ୨୦୨୪ର ଅଲିମ୍ପିକ ମଧ୍ୟ ପ୍ୟାରିସରେ ହିଁ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *