December 21, 2024

ସ୍ତ୍ରୀ କୁ ବାଲଟିରେ ପିଟିପିଟି ହତ୍ୟା

1 min read

ବାଲେଶ୍ୱର : ନୃଶଂସ ସାଜିଲା ସ୍ବାମୀ । ସ୍ତ୍ରୀ କୁ ବାଲଟିରେ ପିଟିପିଟି ହତ୍ୟା । ପାରିବାରିକ କଳହକୁ ନେଇ ସ୍ୱାମୀ କାଦୁ ମହାନ୍ତି ସ୍ତ୍ରୀ କଳ୍ପନା ମହାନ୍ତିଙ୍କ ମୁଣ୍ଡକୁ ବାଲ୍ଟିରେ ପିଟି ଦେଇଥିଲେ । ଘଟଣାସ୍ଥଳରେ କଳ୍ପନା ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାନୁସାରେ ,କଳ୍ପନା ଏବଂ କାଦୁ ମହାନ୍ତିଙ୍କର ୧୪ ବର୍ଷ ପୂର୍ବରୁ ବିବାହ ହୋଇଥିଲା । ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ସେହିପରି ଆଜି ସକାଳେ ଗାଧୋଇବାବେଳେ କଳ୍ପନା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ସମୟରେ କାଦୁ ମହାନ୍ତି ବାଥରୁମରେ ଥିବା ଏକ ଷ୍ଟିଲ ବାଲଟି ଆଣି କବିତାଙ୍କ ମୁଣ୍ଡକୁ ପିଟି ଦେବାରୁ କବିତା ତଳେ ପଡି ମୃତ୍ୟୁ ବରଣ କରିଥିଲେ । ସ୍ଥାନୀୟ

ଲୋକେ କବିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହିଘଟଣା ପରେ କଳ୍ପନାଙ୍କ ପରିବାର ଲୋକେ କାଦୁ ମହାନ୍ତିଙ୍କ ବିରୋଧରେ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *