ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟା ଜଳ
1 min readଭୁବନେଶ୍ୱର: କଟକ ମୁଣ୍ଡଳୀରେ ପହଞ୍ଚିଛି ବର୍ଷର ପ୍ରଥମ ବନ୍ୟା ଜଳ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୃଦ୍ଧି ପାଇଛି ହୀରାକୁଦ ଜଳସ୍ତର । ହୀରାକୁଦ ର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଥିଲେ । ପର୍ଯ୍ୟାୟକ୍ରମେ ମୋଟ ୨୦ ଟି ସୁଇଜ ଗେଟ ଖୋଲା ଯାଇଥିବା ବେଳେ ଡ୍ୟାମରୁ ୩ ଲକ୍ଷ ୪୬ ହଜାର ୬୯୮ ଘନଫୁଟ ବନ୍ୟା ନିଷ୍କାସନ କରାଯାଉଛି । ଏହାଫଳରେ
ମହାନଦୀ ଓ ଅନ୍ୟ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଦିନ ୧୨ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟାଜଳ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ । ବାଲେଶ୍ୱର ମଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବରମୂଳଠାରେ ଜଳସ୍ତର ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହେବାର କୌଣସି ସୂଚନା ନାହିଁ । ହୀରାକୁଦ ପାଣି ପହଞ୍ଚି ଥିବାରୁ ଜଳସ୍ତର ଆହୁରୀ ବଢିବ । ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।