October 18, 2024

ଉପବାଚସ୍ପତିଙ୍କ ନାଁ ଘୋଷଣା କଲା ବିଜେପି

1 min read

ଭୁବନେଶ୍ୱର: ଉପବାଚସ୍ପତି ପଦ ପାଇଁ ମଙ୍ଗଳବାର ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରାଯାଇଛି। ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ଏପର୍ଯ୍ୟନ୍ତ ଉପବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯଦି ବିଜେଡି ପ୍ରାର୍ଥୀ ଘୋଷଣା ନ କରେ ତେବେ ଭବାନୀ ନିର୍ଦ୍ୱନ୍ଦରେ ଉପବାଚସ୍ପତି ନିର୍ବାଚିତ ହେବେ। ଭବାନୀ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *