January 13, 2025

ରତ୍ନ ଭଣ୍ଡାର ଭିତରକୁ ଗଲେ ୧୧ ଜଣିଆ ଟିମ

1 min read

ପୁରୀ : ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭିତରକୁ ପ୍ରବେଶ କଲେ ୧୧ ଜଣିଆ ଟିମ । ଆଜି ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବା ନେଇ ସୂଚନା ରହିଛି। ବାହାରେ ପ୍ରଥମେ ଲୋକନାଥ ମହାପ୍ରଭୁଙ୍କୁୁ ପୂଜାର୍ଚ୍ଚନା କରାଯିବା ପରେ ଜଉମୁଦ ଲାଗିଥିବା ଚାବିରେ ତାଲା ଖୋଲାଯାଇଥିଲା । ଏହି ଅବସରରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିରରେ ପହଂଚିଛନ୍ତି । ଶ୍ରୀ ନଅରରୁ ବାହାରି ଶ୍ରୀମନ୍ଦିର ବହାରିଛନ୍ତି ଗଜପତି ମହାରାଜା । ଦକ୍ଷିଣଦ୍ୱାର ପଟେ ପ୍ରବେଶ କରିଛନ୍ତି ଗଜପତି । ଭିତର ଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତଦାରଖ କରିବାର ସୂଚନା ରହିଛି । ଏହାପରେ ଟିମ୍ ସଦସ୍ୟ ଜଗନ୍ନାଥ ଭଜନ ଗାଇ ଗାଇ ଭିରତକୁ ପ୍ରବେଶ କରିଥିବା ସୂଚନା ରହିଛି । ଭିତର ଭଣ୍ଡାରରେ ସିନ୍ଦୁକ ଓ ମହଣ ମହଣ ଗଛିତ ଥିବା ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ (ଖଟଶେଜ) କୁ ସ୍ଥାନାନ୍ତର କରାଯାଉଛି । ମହାରାଜ ରତ୍ନ ଭଣ୍ଡାର ସ୍ଥିତି ଦେଖିବା ସହ ରତ୍ନାଳଙ୍କର ସମ୍ପର୍କରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ | ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି।

ସୂଚନାନୁସାରେ,ଯାଞ୍ଚ ବେଳେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ। ଶୃଙ୍ଖଳା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୮ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଛି। ରତ୍ନଭଣ୍ଡାର ଯାଞ୍ଚ ବେଳେ କେବଳ ସିଂହଦ୍ବାର ଖୋଲା ରହିବ। ଅନ୍ୟ ତିନିଦ୍ବାର ବନ୍ଦ ରହିବ। ପ୍ରତିନିଧି ସିଂହଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ। ଯାଞ୍ଚ ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ତାଲା ପକାଇ ଜଉମୁଦ ଦେଇ ସିଲ୍‌ କରାଯିବ। ଯେତେଥର ରତ୍ନଭଣ୍ଡାର ଖୋଲାଯିବ, ସେତେଥର ଜଉମୁଦ ଦେଇ ସିଲ୍‌ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି।

Leave a Reply

Your email address will not be published. Required fields are marked *