କେଜ୍ରିୱାଲଙ୍କ ଜାମିନ ଆବେଦନ ମାମଲାରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ
1 min read![](https://www.dinalipi.in/wp-content/uploads/2024/07/high-court.jpg)
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟରେ ଶୁଣାଣି ସମୟରେ କେଜ୍ରିୱାଲଙ୍କ ଓକିଲ ୨ଟି ଆବେଦନ ତଥା ସିବିଆଇ ଦ୍ବାରା କେଜ୍ରିୱାଲଙ୍କୁ ଗିରଫ ଏବଂ ମାମଲାରେ ଅନ୍ତରୀଣ ଜାମିନ ସଂକ୍ରାନ୍ତରେ ପକ୍ଷ ରଖିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି କହିଛନ୍ତି, କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିବା ହେଉଛି ଏକ ‘ଇନ୍ସୁରାନ୍ସ ଆରେଷ୍ଟ୍’। ସେ କହିଛନ୍ତି, କେଜ୍ରିୱାଲ ଆତଙ୍କବାଦୀ ନୁହନ୍ତି ଏବଂ ଗିରଫ ଆଇନ ଅନୁଯାୟୀ ହୋଇନାହିଁ। କେବଳ ତାଙ୍କୁ ଗିରଫ କରି ଜେଲ୍ରେ ରଖିବା ଉଦ୍ଦେଶ୍ୟରେ ଏଭଳି କରାଯାଇଛି। କେଜ୍ରିୱାଲ ଜାମିନ ପାଇବାପାଇଁ ଯୋଗ୍ୟ ବୋଲି ସେ ଯୁକ୍ତି କରିଛନ୍ତି। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଆଇନଜୀବୀ ଡିପି ସିଂହ, କେଜ୍ରିୱାଲଙ୍କ ଦ୍ବାରା ହୋଇଥିବା ୨ଟି ଆବେଦନକୁ ବିରୋଧ କରିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ଜୁଲାଇ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।